ଝାଡଖଣ୍ଡ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ନାହିଁ

Published By : Prameya-News7 Bureau | November 14, 2019 IST

ନୂଆଦିଲ୍ଲୀ ୧୪।୧୧ -ଝାଡ଼ଖଣ୍ଡ ବିଧାନସଭା ପାଇଁ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁ ନାହିଁ । ଏହି ପ୍ରଚାରକ ତାଲିକାରେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ମନମୋହନ ସିଂହଙ୍କ ଭଳି ବରିଷ୍ଠ ନେତାଙ୍କ ନାଁ ରହିଥିଲେ ହେଁ ପ୍ରିୟଙ୍କା ଗାନ୍ଧିଙ୍କ ନାଁ ନଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

 ତେବ କଂଗ୍ରେସ ପକ୍ଷରୁ ଏଥିରେ ତାଳି ପକାଇବାକୁ ଉଦ୍ୟମ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ଆଗକୁ ଝାରଖଣ୍ଡ ନିର୍ବାଚନ ପାଇଁ ଆହୁରି ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇବ। ତେଣୁ ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ସୂତ୍ର ଅନୁସାରେ, ପ୍ରଚାର ତାଲିକା ପ୍ରସ୍ତୁତ କରିବା ବେଳେ ପ୍ରିୟଙ୍କାଙ୍କୁ କଂଗ୍ରେସ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ହେଲେ ସେ ଏସଂକ୍ରାନ୍ତ କୌଣସି ମତାମତ ଦେଇ ନଥିବାରୁ ପ୍ରଥମ ପର୍ଯ୍ୟାୟ ପ୍ରଚାରକ ତାଲିକାରେ ତାଙ୍କ ନାଁକୁ ସାମିଲ କରାଯାଇ ନାହିଁ ।

ତେବେ ଝାରଖଣ୍ଡରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବାକୁ ଥିବା ପ୍ରଚାରକ ତାଲିକାରେ ତାଙ୍କ ନାଁକୁ ସାମିଲ କରାଯିବ ବୋଲି ଜଣାପଡ଼ିଛି । ନଭେମ୍ବର ୩୦ରୁ ଝାରଖଣ୍ଡ ବିଧାନସଭା ପାଇଁ ଭୋଟ ଗ୍ରହଣ ଆରମ୍ଭ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.