Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପ୍ରିୟଙ୍କା ଗାନ୍ଧୀ ପୁଣି ହାଜତରେ: ପୋଲିସ ହେପାଜତରେ ସଫେଇ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି

20/10/2021 at 4:30 PM

ଆଗ୍ରା ୨୦/୧୦ : ଉତ୍ତର ପ୍ରଦେଶ ଆଗ୍ରାରେ ପୋଲିସ ହାଜତରେ ବାଲ୍ମୀକି ସମାଜର ଜଣେ ଯୁବକଙ୍କ ମୃତ୍ୟୁ ପରେ ହଙ୍ଗାମା ହୋଇଯାଇଛି। ଯୁବକଙ୍କ ପରିବାରକୁ ଭେଟିବାକୁ ଯାଉଥିବାବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗ୍ରା ଏକ୍ସପ୍ରେସୱେରେ ହାଜତକୁ ନିଆଯାଇଛି। ଅରୁଣ କୁମାର ନାମକ ଜଣେ ସଫେଇ କର୍ମଚାରୀଙ୍କ ପୋଲିସ ହିପାଜତରେ ମୃତ୍ୟୁ ହୋଇଛି। ପୋଲିସ ମାଡରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲ୍ମୀକି ସମାଜର ଅରୁଣ କୁମାରକୁ ପୋଲିସ ଚୋରି ଅଭିଯୋଗରେ ଗିରଫ କରିଥିଲା।

ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଅଛି। କିନ୍ତୁ ରାଜ୍ୟର ରାଜନୈତିକ ତାପମାତ୍ରା ଚଳିତ ମାସ ଆରମ୍ଭରୁ ହିଁ ସରଗରମ ରହିଛି।

ଆଗ୍ରା ଯିବାବେଳେ ରୋକାଯିବାରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ‘ପୋଲିସର ନିଜ ସ୍ଥିତି ଏମିତି ହୋଇଗଲାଣି ଯେ ସେ କିଛି କହି ପାରୁନାହିଁ। ଅଧିକାରୀ ମଧ୍ୟ ଜାଣିଛନ୍ତି ଯେ ଏହା ଭୁଲ। ଏହା ପଛରେ କୌଣସି ଆଇନ ବ୍ୟବସ୍ଥା ପ୍ରସଙ୍ଗ ନାହିଁ। ସବୁ ଜାଗାରେ କହୁଛନ୍ତି ଧାରା ୧୪୪ ରହିଛି।’

ଏହା ପୂର୍ବରୁ ପ୍ରିୟଙ୍କା ଟ୍ୱିଟ କରିଥିଲେ ଯେ, ‘ଅରୁଣ କୁମାରଙ୍କ ମୃତ୍ୟୁ ପୋଲିସ ହାଜତରେ ହୋଇଛି। ତାଙ୍କ ପରିବାର ନ୍ୟାୟ ମାଗୁଛି। ମୁନ ତାଙ୍କ ପରିବାରକୁ ଭେଟିବାକୁ ଚାହୁଁଛି। ୟୁପି ସରକାର କାହିଁକି ଡରୁଛନ୍ତି ? କାହିଁକି ମୋତେ ରୋକାଯାଉଛି ? କାହିଁକି ମୋତେ ଯିବାକୁ ଦିଆଯାଉନାହିଁ ?’ ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ୧୪୪ ଧାରା ଅନୁଯାୟୀ ଅଟକାଇ ଦେଇଛି। ଅଟକାଇବା ପରେ ପ୍ରିୟଙ୍କା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାର ଭିଡିଓ ଫେସବୁକ ଲାଇଭରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଜଗଦିଶପୁର ଥାନା ଅନ୍ତର୍ଗତ ମାଲଖାନେରୁ ଶନିବାର ଦିନ ୨୫ ଲକ୍ଷ ଟଙ୍କା ଚୋରି ସନ୍ଦେହରେ ପୋଲିସ ଅରୁଣ କୁମାରକୁ ହେପାଜତକୁ ନେଇ ପଚରାଉଚୁରା କରୁଥିଲା। ରବିବାର ସକାଳେ ଘଟଣା ସମ୍ପର୍କରେ ସୂଚନା ମିଳିବ ପରେ ଇନ୍ସପେକ୍ଟର ଅନୁପ କୁମାର ତିୱାରୀଙ୍କ ସମେତ ୬ ପୋଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଥିଲା। ମଙ୍ଗଳବାର ଦିନ ପୋଲିସ ଅରୁଣକୁ ତାଜଗଞ୍ଜ ଅଞ୍ଚଳରୁ କାବୁ କରିଥିଲା। ପଚରାଉଚୁରା ପରେ ପୋଲିସ ୧୦ ଲକ୍ଷରୁ ଅଧିକ ଜବତ କରିଥିଲା। ବାକିତକ ଟଙ୍କା ବିଷୟରେ ପଚରାଉଚୁରା କରୁଥିଲା। ମଙ୍ଗଳବାର ରାତିରେ ଅରୁଣର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ପୋଲିସ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା କିନ୍ତୁ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ। ଘଟଣାରେ ପୋଲିସର ହୋସ ଉଡିଯାଇଛି। ଘଟଣାକୁ ନେଇ ସକାଳେ ହଙ୍ଗାମା ହେବା ଆଶଙ୍କାରେ ଥାନାରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି।

   Related Posts