Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଯୋଗୀ ସରକାରକୁ ଟାର୍ଗେଟ କଲେ ପ୍ରିୟଙ୍କା, କହିଲେ- ଝିଅଙ୍କୁ ସୁରକ୍ଷା ଦିଆଯାଉଛି ନା ଅପରାଧୀଙ୍କୁ

18/10/2020 at 11:43 AM

ନୂଆଦିଲ୍ଲୀ ୧୮/୧୦: ନାରୀ ସୁରକ୍ଷାକୁ ନେଇ ଉତ୍ତର ପ୍ରଦେଶ ସରକାର ଏବେ ଟାର୍ଗେଟରେ ଅଛନ୍ତି। ଏବେ ଯାହା ବି କିଛି ଘଟଣା ଘଟୁଛି ତାହା ରାଜନୈତିକ ପ୍ରସଙ୍ଗ ହୋଇଯାଉଛି। ଏମିତି ଏକ ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ପ୍ରିୟଙ୍କା ଗାନ୍ଧି ଲକ୍ଷ୍ମୀପୁର ଖେରି ଘଟଣାକୁ ନେଇ ପଚାରିଛନ୍ତି ସରକାର କନ୍ୟାକୁ ସରକ୍ଷା ପ୍ରଦାନ କରୁଛନ୍ତି ନା ଅପରାଧୀଙ୍କୁ ? ଏହାକୁ ​‌ନେଇ ପ୍ରିୟଙ୍କା ଟ୍ବିଟ୍ ମଧ୍ୟ କରିଛନ୍ତି।

ସୋସିଆଲ ମିଡ଼ିଆରେ ଏହି ଖବରକୁ ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ପ୍ରିୟଙ୍କା। ତାଙ୍କ କହିବା କଥା ୟୁପି ମୁଖ୍ୟମନ୍ତ୍ରୀ କହିବେ କି କେଉଁ ‘ମିଶନ’ ଅଧିନରେ ଏହା ହେଉଛି। ‘ବେଟି ବଚାଓ ନା ଅପରାଧୀ ବଚାଓ।’ ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଳରାମପୁରରୁ ‘ମିଶନ ଶକ୍ତି’ ଆରମ୍ଭ କରିଛନ୍ତି।

ଏହି ଅବସରରେ ଯୋଗୀ କହିଥି​‌ଲେ ଯେଉଁ ଲୋକମାନେ ନାରି ଗରିମା ଓ ସ୍ବାଭିମାନକୁ  ପ୍ରଭାବିତ କରିବାକୁ ଚେଷ୍ଟା କରିବେ ଓ ଝିଅଙ୍କ ଉପରେ ଖରାପ ଦୃଷ୍ଟି ପକାଇବେ ସେମାନଙ୍କ ପାଇଁ ଉତ୍ତର ପ୍ରଦେଶରେ କୌଣସି ସ୍ଥାନ ନାହିଁ। ଏଭଳି ଲୋକ ସଭ୍ୟ ସମାଜ ପାଇଁ କଳଙ୍କ। ଏହାକୁ ନେଇ ପ୍ରିୟଙ୍କା ଗାନ୍ଧି ଯୋଗୀଙ୍କ ଉପରେ ବର୍ଷିଛନ୍ତି।

   Related Posts