ନୂଆଦିଲ୍ଲୀ, ୦୪|୦୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଟ୍ ପରୀକ୍ଷାରେ ଓବିସି ବର୍ଗଙ୍କୁ ସଂରକ୍ଷଣର ସୁବିଧା ଦେବାକୁ ଦାବି କରିଛନ୍ତି । ଯେପରି ଓବିସି ବର୍ଗର ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନରେ ନାମଲେଖାରେ ସଂରକ୍ଷଣର ସୁବିଧା ପାଇବେ । ଏହାସହ ଓବିସି ବର୍ଗଙ୍କୁ ନ୍ୟାୟ ପାଇଁ ସେ ଟ୍ୱିଟରେ ପୋଷ୍ଟ୍ କରିଛନ୍ତି ।
ପ୍ରିୟଙ୍କା ଟ୍ୱିଟରେ କହିଛନ୍ତି ଯେ, ନିଟ୍ ରାଙ୍କ୍ ପାଇଥିବା ଓବିସି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମେଡିକାଲ କଲେଜରେ ସଂରକ୍ଷଣର ସୁବିଧା ପାଇବା ଆବଶ୍ୟକ । ଏହା ହେଉଛି ସାମାଜିକ ନ୍ୟାୟ । କେନ୍ଦ୍ର ସରକାର ଏହି ଦାବି ଶୁଣିବେ ବୋଲି ସେ ଆଶା କରିଛନ୍ତି ।
wp:html/wp:htmlकांग्रेस अध्यक्ष श्रीमती सोनिया गांधी जी ने NEET से भरी जा रही सीटों में राष्ट्रीय कोटा के तहत राज्य व केंद्रशासित प्रदेशों के चिकित्सा संस्थानों में ओबीसी वर्ग के छात्रों को आरक्षण देने की जायज माँग उठाई है।
— Priyanka Gandhi Vadra (@priyankagandhi) July 4, 2020
ये सामाजिक न्याय का तकाजा है।
आशा है कि केंद्र सरकार इस पर अमल करेगी। pic.twitter.com/32M2rdtvoF
ଶୁକ୍ରବାର ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ କହିଥିଲେ । ଏହି ନିଟ୍ ପରୀକ୍ଷା ମେଡିକାଲ ପାଠ୍ୟକ୍ରମ ଓ ଡେଣ୍ଟାଲ୍ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହୋଇଥାଏ । ଅନେକ ଭଲ ଛାତ୍ର ସଂରକ୍ଷଣ ନଥିବାରୁ ଆଡମିଶନ ପାଉନାହାଁନ୍ତି । ଏପରିକି ୨୦୧୭ରେ ପ୍ରାୟ ୧୧ ହଜାର ଓବିସି ଛାତ୍ର ଆଡମିସନରୁ ବଞ୍ଚିତ ହୋଇଥିବା ସେ କହିଥିଲେ ।
ବର୍ତ୍ତମାନ କେନ୍ଦ୍ର ସରକାର ଯଥାକ୍ରମେ ଏସସି, ଏସଟି ଓ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ୧୫ ପ୍ରତିଶତ, ୭.୫ ପ୍ରତିଶତ ଓ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଛନ୍ତି । ଯାହା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହୋଇଛି ।