Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ମୋଦିଙ୍କ କେଦାରନାଥ ଯାତ୍ରାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା: ମୋଦିଙ୍କୁ ବିଶ୍ବର ବିଖ୍ୟାତ ଅଭିନେତା କହି ଆକ୍ଷେପ କଲେ ପ୍ରିୟଙ୍କା

18/05/2019 at 7:06 PM

ନୂଆଦିଲ୍ଲୀ ୧୮/୫ : କାଲି ଶେଷ ପର୍ଯ୍ୟାୟ ନିର୍ବାଚନ । ଫଳାଫଳ ପାଇଁ ୨୩ ତାରିଖକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ନେତା ଆଉ ଜନତା । ଠିକ୍‌ ଏତିକି ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଯାତ୍ରାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ପୂରା ନିର୍ବାଚନୀ ମାହୋଲରେ ଭୋଟରଙ୍କ ଆଶୀର୍ବାଦ ମାଗୁଥିବା ମୋଦି ଏବେ ଭଗବାନଙ୍କ ଶରଣରେ ।….

କାଲି ଶେଷ ପର୍ଯ୍ୟାୟ ଭୋଟ୍‌ । ପ୍ରଚାର ସରିଛି । ହେଲେ ଆଜି ଏକାଧିକ ଜାତୀୟ ଗଣମାଧ୍ୟମର ଫୋକସରେ ଥିଲେ ପିଏମ ମୋଦି । କାରଣ ଭୋଟରଙ୍କୁ ଆଶୀର୍ବାଦ ମାଗିବା ପରେ ଆଜି ମୋଦି ଥିଲେ ଭଗବାନଙ୍କ ଶରଣରେ । ଆଜି ଜାତୀୟ ଗଣମାଧ୍ୟମରେ ମୋଦିଙ୍କ କେଦାରନାଥ ଯାତ୍ରାର ପୂରା ଲାଇଭ୍‌ ଟେଲିକାଷ୍ଟ ଚାଲିଥିଲା । କେବଳ ସେତିକି ନୁହେଁ ମୋଦିଙ୍କ ସନ୍ୟାସୀ ବେଶ, ଜପତପ ଆଉ ପୂଜାର୍ଚ୍ଚନାକୁ ନେଇ ଢ଼େର୍‌ ଡିସକସନ ବି ହେଉଥିଲା ।

ହେଲିପ୍ୟାଡ୍‌ରୁ ଓହ୍ଲାଇବା ପରେ ମୁଣ୍ଡରେ ହିମାଚଳର ପାରମ୍ପରିକ ଟୋପି ସହିତ ଲମ୍ବା କୁର୍ତ୍ତା ଓ ଅଣ୍ଟାରେ ଥିଲା ଗେରୁଆ ଗାମୁଛା । କେଦାରନାଥ ମନ୍ଦିର ପରିସରରେ କେତେବେଳେ ମୋଦି ଗୋଟିଏ ଗୋଡ଼ରେ ଠିଆ ହୋଇ ଯୋଗ କରୁଥିଲେ ତ କେତେବେଳେ ଗୁମ୍ଫା ଭିତରେ ପୂରା ଧ୍ୟାନମଗ୍ନରେ ବସିଥିବାର ଦେଖିବାକୁ ମିଳୁଥିଲା ।

ସେପଟେ ମୋଦି କେଦାରନାଥଙ୍କ ନିକଟରେ ରୁଦ୍ରାଭିଷେକ କରୁଥିବା ବେଳେ ଏପଟେ ଅହମ୍ମଦାବାଦରେ ସୋମନାଥଙ୍କ ପାଖରେ ଜଳାଭିଷେକ କରୁଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ।

ଶେଷ ପର୍ଯ୍ୟାୟ ନିର୍ବାଚନ ସହ ଫଳାଫଳକୁ ନେଇ ସମସ୍ତେ ନିଜ ନିଜ ଷ୍ଟ୍ରାଟେଜିରେ ବ୍ୟସ୍ତ । ଏପଟେ ମୋଦି-ଶାହା ଭଗବାନଙ୍କ ଶରଣରେ ଥିବା ବେଳେ ସେପଟେ ଏନଡିଏ ବିରୋଧୀଙ୍କୁ ଚିଠି ଲେଖି ଦିଲ୍ଲୀ ଦରବାରରେ ଏକାଠି କରିବା ଚେଷ୍ଟାରେ ଅଛନ୍ତି ମାଡାମ୍‌ ସୋନିଆ ଗାନ୍ଧି ।

ରାହୁଲ ଗାନ୍ଧି ମଧ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ମିଶି ଶକ୍ତି ସାଉଣ୍ଟିବା ଚକ୍କରରେ ଅଛନ୍ତି । ଠିକ୍‌ ଏତିକି ବେଳେ ମୋଦିଙ୍କୁ ସମାଲୋଚନା କରିବାର ମଉକା ଛାଡ଼ିବାକୁ ଚାହିଁ ନାହାନ୍ତି ପ୍ରିୟଙ୍କା । ମୋଦି ବିଶ୍ବର ବିଖ୍ୟାତ ଅଭିନେତା କହି ଆକ୍ଷେପ କରିଛନ୍ତି । ଆଉ କ’ଣ ସବୁ କହିଛନ୍ତି ଚାଲନ୍ତୁ ଦେଖିବା ।

ଆଜି ମୋଦିଙ୍କ କେଦାରନାଥରେ ପୂଜାର୍ଚ୍ଚନାରେ ବ୍ୟସ୍ତ ମୋଦି ଆସନ୍ତା କାଲି ବଦ୍ରିନାଥ ଯାତ୍ରା କରିବେ । ଯିଏ ଯାହା କରିଲେ  କି କହିଲେ ବି ଗଣତନ୍ତ୍ରରେ ଜନତା ହେଉଛନ୍ତି ନେତାଙ୍କ ଭଗବାନ । ତେଣୁ ଜନତା ଯାହାକୁ ଚାହିଁବେ ତାଙ୍କର ହିଁ ହେବ ରାଜ୍ୟାଭିଷେକ । ତେବେ ଏଥର ନିର୍ବାଚନରେ ଜନତା ଜନାର୍ଦ୍ଦନ କାହାକୁ ଆଶୀର୍ବାଦ କରିଛନ୍ତି ତାହା ଜାଣିବାକୁ ୨୩ ଯାଏ ଅପେକ୍ଷା କରିବାକୁ ପଡ଼ିବ ।

   Related Posts