ମିଶନ ୨୦୨୨: ବାରାଣାସୀରେ ପ୍ରିୟଙ୍କା, ରାଲି ପୂର୍ବରୁ କଲେ ବିଭିନ୍ନ ମନ୍ଦିର ଦର୍ଶନ

Published By : Prameya-News7 Bureau | October 10, 2021 IST

ବାରାଣାସୀ ୧୦/୧୦ : ୟୁପି ମିଶନ ୨୦୨୨ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଡରୁ ନିର୍ବାଚନୀ ବିଗୁଲ ଫୁଙ୍କିଛନ୍ତି। ବାରାଣାସୀରେ ପହଞ୍ଚି ପ୍ରିୟଙ୍କା ଅନେକ ମନ୍ଦିର ଦର୍ଶନ କରିଛନ୍ତି। ସର୍ବ ପ୍ରଥମେ ବାବା ବିଶ୍ୱନାଥ ମନ୍ଦିର ଓ ମା' ଅନ୍ନପୂର୍ଣ୍ଣା, ତାପରେ ଦୁର୍ଗା ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରୁ ବାହାରି ଗଣମାଧ୍ୟମ ସହ କଥା ହୋଇ ପ୍ରିୟଙ୍କା କହିଛନ୍ତି ଯେ କାଶୀ ବିଶ୍ୱନାଥ ଦର୍ଶନର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ବିଶ୍ୱନାଥଙ୍କ ପ୍ରତି ତାଙ୍କର ଆସ୍ଥା ରହିଛି। ସେ ଯେବେ ବି ବାରାଣାସୀ ଆସନ୍ତି ବିଶ୍ୱନାଥଙ୍କ ଦର୍ଶନ ପାଇଁ ନିଶ୍ଚୟ ଆସନ୍ତି ବୋଲି କହିଛନ୍ତି। ଏହାପରେ ପ୍ରିୟଙ୍କା ରୋହନୀୟା ସ୍ଥିତ ଜଗତପୁର ଇଣ୍ଟର କଲେଜ ମଇଦାନରେ ଆୟୋଜିତ କୃଷକ ନ୍ୟାୟ ରାଲିକୁ ସମ୍ବୋଧିତ କରିବାକୁ ପହଞ୍ଚିଛନ୍ତି। କିଛି ସମୟ ପରେ ତାଙ୍କର ସମ୍ବୋଧନ ଆରମ୍ଭ ହେବ।

{"id":525110,"sizeSlug":"full","linkDestination":"none"}

ଏହା ପୂର୍ବରୁ ପ୍ରିୟଙ୍କାଙ୍କୁ ବାରାଣାସୀ ବିମାନବନ୍ଦରରେ କାର୍ଯ୍ୟକର୍ତ୍ତା ଭବ୍ୟ ସ୍ୱାଗତ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଓ ବିଧାୟକ ଦଳ ନେତା ଆରାଧନା ମିଶ୍ର ପ୍ରିୟଙ୍କାଙ୍କୁ ସ୍ୱାଗତ କରିଛନ୍ତି।

କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ବାରାଣାସୀର ବିଭିନ୍ନ ରାସ୍ତାରେ ପ୍ରିୟଙ୍କାଙ୍କ ବଡ ବଡ ପୋଷ୍ଟର ଓ ହୋର୍ଡ଼ିଂଗ ଲଗାଇଛନ୍ତି। ଲଖିମପୁର ଖେରି ହିଂସା ମାମଲାରେ ପୀଡିତ ପରିବାର ସହ ସାକ୍ଷାତ ପାଇଁ ଯିବାବେଳେ ପ୍ରିୟଙ୍କାଙ୍କୁ ଅଟକ ହେପାଜତରେ ରଖାଯାଇଥିଲା। ପ୍ରାୟ ଦୁଇ ଦିନ ପୋଲିସ ହାଜତରେ ରହିବା ପରେ ପ୍ରିୟଙ୍କାଙ୍କର ଉତ୍ତର ପ୍ରଦେଶରେ ଏହା ପ୍ରଥମ ଜନସଭା।

{"id":525114,"width":710,"height":480,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.