ଲୋଧି ରୋଡ୍ ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ ୦୨/୦୭ : ଉତ୍ତର ପ୍ରଦେଶ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଲୋଧି ରୋଡ଼ ସ୍ଥିତ ସରକାରୀ ଆବାସ ଖାଲି ଅରିବାକୁ ଆଦେଶ ଦିଆଯାଇଛି | ଆଦେଶ ପରେ ଅନୁମାନ କରାଯାଉଛି ଯେ ପ୍ରିୟଙ୍କା ଉତ୍ତର ପ୍ରଦେଶ ସ୍ଥାନାନ୍ତର କରିପାରନ୍ତି | କିନ୍ତୁ ସୂତ୍ର ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ବଙ୍ଗଳା ଖାଲି କରିବେ କିନ୍ତୁ ସମ୍ପୂର୍ଣ ଭାବେ ଉତ୍ତର ପ୍ରଦେଶକୁ ସ୍ଥାନାନ୍ତର କରିବେ ନାହିଁ | ସେ ଦିଲ୍ଲୀରେ ପରିବାର ସହିତ ରହିବେ | ସୂତ୍ର ଅନୁଯାୟୀ, ଯେହେତୁ ସେ ଉତ୍ତର ପ୍ରଦେଶର ମହାସଚିବ ଏବଂ ଦଳର ବିଭିନ୍ନ କାର୍ଯ୍ୟ ଓ ୨୦୨୨ ନିର୍ବାଚନ ପାଇଁ ତାଙ୍କୁ ବାରମ୍ବାର ଲଖନଉ ଯିବାକୁ ପଡିବ ସେଥିପାଇଁ ସେ କିଛି ଦିନ ପାଇଁ ସେଠାରେ ରହିପାରନ୍ତି |


ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଗାନ୍ଧୀଙ୍କୁ ହାଉସିଂ ଆଣ୍ଡ ଅର୍ବନ ଡେଭେଲପ୍ମେଣ୍ଟ ମନ୍ତ୍ରାଳୟ ତରଫରୁ ନୋଟିସ ପଠାଯାଇଥିଲା | ପ୍ରିୟଙ୍କା ଗାନ୍ଧୀ ଲୋଧି ରୋଡ଼ ସ୍ଥିତ ୩୫ ନମ୍ବର ସରକାରୀ ବଙ୍ଗଳା ଗୋଟିଏ ମାସ ଭିତରେ ଖାଲି କରନ୍ତୁ ବୋଲି ନୋଟିସରେ ଲେଖାଯାଇଛି |

କଂଗ୍ରେସ ସୂତ୍ର ଅନୁଯାୟୀ ପ୍ରିୟଙ୍କା ପୂର୍ବରୁ ହିଁ ଏ ସମ୍ପର୍କରେ ଜାଣିଥିଲେ ଯେତେବେଳେ ବିଜେପି ସରକାର ଗାନ୍ଧୀ ପରିବାରର ଏସପିଜି ସୁରକ୍ଷା ହଟାଇ ଦେଇଥିଲେ | ଗାନ୍ଧୀ ପରିବାର ନିକଟ ତଥା କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏସପିଜି ସୁରକ୍ଷା ହଟାଇବା ଏ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା ଯେ ସୁରକ୍ଷା ଦୃଷ୍ଟିରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଲୋଧି ରୋଡ଼ ସ୍ଥିତ ସରକାରୀ ବଙ୍ଗଳା ଦିଆଯାଇଥିଲା | କିନ୍ତୁ ଯଦି ସୁରକ୍ଷା ହଟାଇ ଦିଆଯାଇଛି ତାହେଲେ ବଙ୍ଗଳା ମଧ୍ୟ ଖାଲି କରାଯାଇପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.