Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ରାଜନୀତିରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି ; କଂଗ୍ରେସର ମହା ସଚିବ ନିଯୁକ୍ତ

23/01/2019 at 12:42 PM

ଦିଲ୍ଲୀ ୨୩/୧ : ଶେଷରେ ରାଜନୀତିରେ ପ୍ରବେଶ କଲେ ପ୍ରିୟଙ୍କା ଗାନ୍ଧୀ | ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର କୂଟନୀତି ଦେଖାଇଛି | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଆଜି କଂଗ୍ରେସର ମହା ସଚିବ ନିଯୁକ୍ତ ହୋଇଛନ୍ତି | ରାହୁଲ ଗାନ୍ଧୀ ନିଜ ଭଉଣୀ ପ୍ରିୟଙ୍କାଙ୍କୁ କଂଗ୍ରେସର ମହାସଚିବ ନିଯୁକ୍ତ କରିଛନ୍ତି | ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଦିଆଯାଇଛି | ସେ ଫେବୃଆରୀ ମାସ ପୂର୍ବରୁ ନିଜ ଦାୟିତ୍ୱ ଗ୍ରହଣ କରିବେ |


ଗତ ବହୁତ ଦିନ ହେଲା କଂଗ୍ରେସ କର୍ମକର୍ତ୍ତାମାନେ ପ୍ରିୟଙ୍କାଙ୍କୁ ରାଜନୀତିରେ ସାମିଲ କରିବା ପାଇଁ ଦାବି କରିଆସୁଥିଲେ | କର୍ମୀଙ୍କ ଦାବି ଅନୁସାରେ ଆଜି ତାଙ୍କୁ ଦଳରେ ସାମିଲ କରାଯାଇଛି | ଏହା ପୂର୍ବରୁ ପ୍ରିୟଙ୍କା ରାଏବରେଲୀ ଏବଂ ଅମେଠିରେ ମା ସୋନିଆ ଗାନ୍ଧୀ ଅନଂ ଭାଇ ରାହୁଲଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ |

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି | ନିର୍ବାଚନରେ ଉତ୍ତର ପ୍ରଦେଶର ଭୂମିକା ବହୁତ ମହତ୍ଵପୁର୍ଣ | ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ବହୁଜନ ସମାଜବାଦୀ ପାର୍ଟି ସହ ମିଶିଯିବ ପରେ ରାଜନୈତିକ ସମୀକରଣ ପୁରାପୁରି ବଦଳି ଯାଇଥିଲା | ଏହି ଦୁଇ ଦଳ ମହାମେଣ୍ଟରେ କଂଗ୍ରେସକୁ ସାମିଲ କରିନଥିଲେ | ଏହାପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୃଢର ସହ କହିଥିଲେ ଯେ, ଏବେ ଲୋକେ କଂଗ୍ରେସ ଦଳକୁ ଅତି ସାଧାରଣ ଭାବେ ଗ୍ରହଣ କରୁଛନ୍ତି | କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ବେଳେ ଦଳ ପୁରା ପ୍ରସ୍ତୁତ ହୋଇ ଦମର ସହ ଲଢେଇ କରିବ |


ପ୍ରିୟଙ୍କା ଗାନ୍ଧୀ ଦଳରେ ପ୍ରବେଶ କରିବା ପରେ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ବୋରା କହିଛନ୍ତି ଯେ, ଉତ୍ତର ପ୍ରଦେଶରେ କଂଗ୍ରେସ ପୁରା ଦମରେ ଲଢେଇ କରିବ | ପ୍ରିୟଙ୍କା ଦଳରେ ସାମିଲ ହେବାପରେ ପୁରା ଦେଶରେ ଏହାର ପ୍ରଭାବ ପଡିବ ବୋଲି କହିଛନ୍ତି ବୋରା |

   Related Posts