ରାଜୀବଙ୍କ ପୁଣ୍ୟତିଥୀରେ ବାପାଙ୍କ ସହ ଉଠାଇଥିବା ଶେଷ ଫଟୋ ପୋଷ୍ଟ୍ କଲେ ପ୍ରିୟଙ୍କା ଗାନ୍ଧୀ, ରାହୁଲ ମଧ୍ୟ ମନେ ପକାଇଲେ
21/05/2020 at 10:12 PM

ନୂଆଦିଲ୍ଲୀ, ୨୧|୦୫: କଂଗ୍ରେସ ନେତ୍ରୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଭଦ୍ରା ଗୁରୁବାର ଟ୍ୱିଟରରେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ସହ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ସେ ତାଙ୍କ ପୁଣ୍ୟତିଥୀରେ ଏହି ପୋଷ୍ଟ ସେୟାର କରିଛନ୍ତି । ତେବେ ଏହି ଫଟୋ ରାଜୀବଙ୍କ ସହ ପ୍ରିୟଙ୍କାଙ୍କ ଶେଷ ଫଟୋ ବୋଲି ସେ କହିଛନ୍ତି ।
ପ୍ରିୟଙ୍କା ଟ୍ୱିଟ୍ କରି କହିଛନ୍ତି ଯେ, ରାଜୀବ ଗାନ୍ଧୀ ସମସ୍ତଙ୍କୁ ଭଲ ପାଉଥିଲେ । ସେ ସମସ୍ତ ବାଧା ପ୍ରତିବନ୍ଧକ ସତ୍ୱେ ସଦାବେଳେ ତାଙ୍କ ସହ ରହିଥିଲେ । ସେ କେବେ ବି ତାଙ୍କୁ ଦୁଃଖରେ ରହିବାକୁ ଦେଉନଥିଲେ । ଏପରିକି ରାଜୀବ ନିର୍ଭୀକ ଥିଲେ ବୋଲି ପ୍ରିୟଙ୍କା କହିଛନ୍ତି ।
To be kind to those who are unkind to you; to know that life is fair, no matter how unfair you imagine it to be; to keep walking, no matter how dark the skies or fearsome the storm; .. 1/2 pic.twitter.com/pQpwFfTqIE
— Priyanka Gandhi Vadra (@priyankagandhi) May 21, 2020
ସେହିପରି କଂଗ୍ରେସ ସାଂସଦ ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ରାଜୀବଙ୍କ ପୂଣ୍ୟତିଥୀରେ ପିତାଙ୍କୁ ମନେ ପକାଇଛନ୍ତି । ରାହୁଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ଆପଣଙ୍କୁ ବହୁତ ମନେ ପକାଉଛି । ସେ ସର୍ବଦା ତାଙ୍କ ହୃଦୟରେ ଅମର ହୋଇ ରହିବେ । ପିତା ୧୯୯୧ରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ସେ ଜଣେ ମହାନ ବ୍ୟକ୍ତିତ୍ୱ । ତାଙ୍କ ସହ ବିତାଇଥିବା ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିବ ବୋଲି ରାହୁଲ କହିଛନ୍ତି ।
In memory of my beloved father, Shri Rajiv Gandhi, who was martyred this day in 1991. He was a wonderful father; gentle, kind, compassionate & patient. I miss him. But he will always stay alive in my heart & in the wonderful memories I have of him. #RememberingRajivGandhi pic.twitter.com/bFO8CZoExN
— Rahul Gandhi (@RahulGandhi) May 21, 2020
ରାଜୀବଙ୍କ ୨୯ତମ ପୁଣ୍ୟତିଥୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
On his death anniversary, tributes to former PM Shri Rajiv Gandhi.
— Narendra Modi (@narendramodi) May 21, 2020