Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

CBSE ଦ୍ୱାଦଶ ପରୀକ୍ଷା ବାତିଲ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ପ୍ରିୟଙ୍କା ଖୁସ୍, ଜାଣନ୍ତୁ ଟ୍ୱିଟରରେ ଲେଖିଛନ୍ତି କ’ଣ?

1/06/2021 at 9:55 PM

ନୂଆଦିଲ୍ଲୀ ୧।୬: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ଚଳିତବର୍ଷ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷାକୁ ପ୍ରଭାବିତ କରିଛି। ସଂକ୍ରମଣ ବ୍ୟାପିବା ଯୋଗୁ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟମିକ ବୋର୍ଡ ପରୀକ୍ଷା ବାତିଲ କରିଥିବା ବେଳେ ମଙ୍ଗଳବାର ଦ୍ୱାଦଶ ବୋର୍ଡ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଲହରରେ ପ୍ରଥମରୁ ପରୀକ୍ଷା ବାତିଲ କରିବା ଲାଗି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ସରକାରଙ୍କୁ ନିବେଦନ  କରି ଆସୁଥିଲେ। ଶେଷରେ ସରକାର ଏ ଦିଗରେ ପଦକ୍ଷେପ ନେଇଥିବାରୁ ପ୍ରିୟଙ୍କା ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି।

ଏଥିରେ ପ୍ରିୟଙ୍କା ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଦୀର୍ଘ ଅନିଶ୍ଚିତତା ଓ ଚାପରୁ ପିଲାମାନେ ମୁକ୍ତ ହୋଇଥିବା ଉଲ୍ଲେଖ କରିଛନ୍ତି। ତୁମ ମାନଙ୍କର ଶ୍ୱର ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏହାକୁ ସ୍ୱୀକାର ମଧ୍ୟ କରାଯାଇଛି। ଏଣୁ ଏବେ ତୁମେମାନେ ଆରାମ କରିବା ସହ ଖୁସିବି ହୋଇପାର ବୋଲି ଲେଥିବା ବେଳେ ପ୍ରିୟଙ୍କା ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ପ୍ରିୟଙ୍କା ଏହା ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ସୋମବାର ଏକ ପତ୍ର ଲେଖିଥିଲେ। ଏଥିରେ  କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରକୁ ନଜରରେ ରଖି ସିବିଏସଇର ଦ୍ୱାଦଶ ପରୀକ୍ଷାର ପୁନର୍ବିଚାର କରନ୍ତୁ ବୋଲି ନିବେଦନ କରିଥିଲେ। ଉଲ୍ଲେଖଯୋଗ୍ୟଯେ କେନ୍ଦ୍ର ସରକାର ମଙ୍ଗଳବାର କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ଘୋଷଣା କରିଛନ୍ତି।

   Related Posts