ଦିଲ୍ଲୀ ପହଞ୍ଚିବା ପରେ ଭାବିସ୍ବାମୀ ନିକଙ୍କୁ ରୋମାଣ୍ଟିକ୍ ଢଙ୍ଗରେ ସ୍ବାଗତ କଲେ ପ୍ରିୟଙ୍କା ; ସେଲିବ୍ରେଟ୍ କଲେ ‘ଥ୍ୟାଂକ୍ସଗିଭିଙ୍ଗ୍’

Published By : Prameya-News7 Bureau | November 23, 2018 IST

ଦିଲ୍ଲୀ ୨୩|୧୧:  ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଖୁବ୍‌ଶୀଘ୍ର ନିକ୍ ଜୋନ୍ସଙ୍କୁ ବିବାହ କରି ବିଦେଶୀ ଗାର୍ଲ ହେବାକୁ ଯାଉଛନ୍ତି । ମାତ୍ର ଏ ଭିତରେ ନିକ୍ ଜୋନ୍ସ ଯେତେବେଳେ ସାତ ଦରିଆ ପାର ହୋଇ ତାଙ୍କୁ ଭେଟିବାକୁ ଦିଲ୍ଲୀ ପହଞ୍ଚିଥିଲେ ସେତେବେଳେ ପ୍ରିୟଙ୍କାଙ୍କ ଖୁସି ଆକାଶ ଛୁଇଁଥିଲା । ନିକ୍‌ଙ୍କୁ ଦେଖି ପ୍ରିୟଙ୍କା ଏତେ ଭାବବିହ୍ବଳ ହୋଇଯାଇଥିଲେ ଯେ, ସେହି ମୁହୂର୍ତ୍ତର ଏକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ । ପ୍ରିୟଙ୍କା ଏବଂ ନିକ୍ ବିବାହର ପ୍ରସ୍ତୁତି ମଧ୍ୟରେ ନିଜ ପରିବାର ସହ ଥ୍ୟାଂକ୍ସ ଗିଭିଙ୍ଗ୍ ଉତ୍ସବ ପାଳନ କରିଥିଲେ । ପ୍ରିୟଙ୍କା ଗୁରୁବାର ରାତିରେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପ୍ରିୟଙ୍କା ନିକ୍ ଏବଂ ତାଙ୍କ ପରିବାର ସହ ଡିନର ଟେବଲରେ ବସିଥିଲେ । ଫଟୋରେ ଉଭୟ ଉଭୟଙ୍କ ହାତ ଧରିଥିବାର ନଜରକୁ ଆସିଥିଲା । ଫଟୋ ସହ ସେ ଲେଖିଥିଲେ “ଥ୍ୟାଂକ୍ସ ଗିଭିଙ୍ଗ ସମସ୍ତଙ୍କ ପାଇଁ ଶୁଭ ହେଉ, ମୋ ପରିବାର ସବୁବେଳ ପାଇଁ” । ନିକ୍ ମଧ୍ୟ ଏହି ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି, “ଥ୍ୟାଂକ୍ସ ଗିଭିଙ୍ଗ୍ ଉତ୍ସବ ଭଲ ରହିଲା, ଭଲପାଉଥିବା ଆପଣ ସମସ୍ତଙ୍କ ସହ ସବୁଠୁ ଭଲ ଦିନ” । ନିକ୍ ଗୁରୁବାର ହିଁ ଦିଲ୍ଲୀ ପହଞ୍ଚିଥିଲେ । ପ୍ରିୟଙ୍କା ଭାରତକୁ ନିକ୍‌ଙ୍କୁ ସ୍ବାଗତ କରିଥିଲେ । ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ମଧ୍ୟ ସେ ସେୟାର କରିଥିଲେ । ଏହି ଫଟୋର କ୍ୟାପସନ ଦେଇଥିଲେ ପ୍ରିୟଙ୍କା - “ଓ୍ବେଲକମ୍ ହୋମ୍ ବେବି” । ଶୁଣାଯାଉଛି ଯେ ପ୍ରିୟଙ୍କା ଏବଂ ନିକ୍ ଡିସେମ୍ବରରେ ଯୋଧପୁରର ଭବ୍ୟ ଉମେଦ ଭବନ ପ୍ୟାଲେସରେ ବିବାହ କରିବେ । ପ୍ରିୟଙ୍କା ଏବେ ‘ଦ ସ୍କାଏ ଇଜ୍ ପିଙ୍କ୍’ ର ସୁଟିଂ ପାଇଁ ଦିଲ୍ଲୀରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.