ମା’ କାଳୀଙ୍କ ଜ୍ୟାକେଟ୍ ପିନ୍ଧି ଟ୍ରୋଲ୍ ହେଲେ ପ୍ରିୟଙ୍କା , ୟୁଜର୍ କହିଲେ-ଭଗବାନ ଫ୍ୟାସନ୍ ପାଇଁ ନୁହଁନ୍ତି

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨/୦୫: ବଲିଉଡ ପରେ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବେଶ ସକ୍ରିୟ । ସେ ପ୍ରୟତଃ ଫ୍ୟାନ୍ସମାନଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ସେୟାର୍ କରିଥାନ୍ତି । ପ୍ରିୟଙ୍କା ହୁଏତ ଏକ ଗ୍ଲୋବାଲ୍ ଷ୍ଟାର ହୋଇଥାଇ ପାରନ୍ତି କିନ୍ତୁ ତାଙ୍କ ଲୁକରେ ଦେଶୀ ଟଚ୍ ନିଶ୍ଚିତ ଭାବରେ ଦେଖାଯାଏ । ଆଜିକାଲି ସୋସିଆଲ ମିଡିଆରେ ସ୍ୱାମୀ ନିକ ଜୋନାସଙ୍କ ସହ ପ୍ରିୟଙ୍କାଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି।

wp:html
/wp:html

ତାଙ୍କର ଏହି ଫଟୋ ଦେଖି ୟୁଜରମାନେ ତାଙ୍କୁ କ୍ରମାଗତ ଭାବରେ ଟ୍ରୋଲ କରୁଛନ୍ତି । ବାସ୍ତବରେ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ୍ ପେଜ୍ ଅଭିନେତ୍ରୀଙ୍କ ଏକ ଫଟୋ ସେୟାର କରିଛି । ଯେଉଁଥିରେ ସେ ନିକଙ୍କ ହାତ ଧରିଥିବାର ନଜର ଆସିଛନ୍ତି । ଏହି ସମୟରେ ପ୍ରିୟଙ୍କା ରେଡ୍ କଲରର ଫ୍ଲୋରାଲ୍ ଡ୍ରେସ୍ ପିନ୍ଧିଛନ୍ତି ।

ତାଙ୍କର ରେଡ୍ ଜ୍ୟାକେଟରେ କାଳୀ ମାଙ୍କର ଫଟୋ ତିଆରି ହୋଇଛି । କିଛି ଲୋକ ପ୍ରିୟଙ୍କାଙ୍କ ଡ୍ରେସକୁ ପ୍ରଶଂସା କରୁଥିବାବେଳେ କେହି କେହି ତାଙ୍କୁ ଜୋରରେ ଟ୍ରୋଲ କରୁଛନ୍ତି । ଜଣେ ୟୁଜର୍ କମେଣ୍ଟ ଦେଇଛନ୍ତି, ‘ଭଗବାନ ଫ୍ୟାଶନ ପାଇଁ ନୁହଁନ୍ତି।‘ ସେହିପରି ଆଉଜଣେ ଲେଖିଛନ୍ତି, ‘ଆମେ ଆମ ଦେବତାଙ୍କୁ ପିନ୍ଧୁ ନାହୁଁ ।‘

wp:html
/wp:html

ନିକଟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ନିଜର ଏକ ଚମତ୍କାର ଫଟୋ ସେୟାର କରିଥିଲେ କିଛି ଲୋକ ତାଙ୍କ ଫଟୋକୁ ପ୍ରଶଂସା କରିଥିବାବେଳେ କେହି କେହି ତାଙ୍କୁ ଜୋରରେ ଟ୍ରୋଲ କରିଥିଲେ। ଲୋକମାନେ ଟ୍ରୋଲ କରି କହିଛନ୍ତି ଯେ ଭାରତ ମରୁଛି ଏବଂ ଏଭଳି ପରିସ୍ଥିତିରେ ଆପଣ ଫଟୋ କ୍ଲିକ୍ କରୁଛନ୍ତି। ଏହା ଆଶା କରାଯାଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.