ପ୍ରିୟଙ୍କା ଚୋପଡାଙ୍କୁ ଅପମାନ କଲେ ବିଦେଶୀ ମହିଳା, ଭିଡିଓ ଭାଇରାଲ

Published By : Prameya-News7 Bureau | September 01, 2019 IST

ମୁମ୍ବାଇ୧|୯: ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି। କେବେ ଫିଲ୍ମ, କେବେ ଭ୍ୟାକେଶନ ତ କେବେ ନିଜ ପୋଷାକ ଓ ଫଟୋକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବିବାହ ପରେ ସ୍ବାମୀ ନିକ୍‌ ଜୋନାସ ସହ ତାଙ୍କ ଟ୍ରିପ୍‌ର ଫଟୋ ମଧ୍ୟ ଅଧିକାଂଶ ସମମୟ ଭାଇରାଲ ହେଉଥାଏ।

{"id":151803}

ବଲିଉଡ ସହ ପ୍ରିୟଙ୍କା ହଲିଉଡରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କେବେ କେବ ସେ ନିଜ ମନ୍ତବ୍ୟ ପାଇଁ ମଧ୍ୟ ବିବାଦରେ ରୁହନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଭାରତୀୟ ଫ୍ୟାନ୍‌ଙ୍କ ଅପେକ୍ଷା ଆମେରିକୀୟ ଫ୍ୟାନ୍ ଅଧିକ ସଭ୍ୟ। ଏହା ପରେ ଭାରତୀୟ ଫ୍ୟାନ୍‌ମାନେ ତାଙ୍କ ବହୁତ ରାଗି ଯାଇଥିଲେ।

{"id":151804}

 ହେଲେ ଏବେ ଜଣେ ମହିଳା ତାଙ୍କୁ ଅପମାନ କରିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଆମେରିକାର ଜଣେ ମହିଳା ଏକ ମ୍ୟାଗେଜିନ୍‌କୁ ଡଷ୍ଟ୍‌ବିନ୍‌ରେ ପକାଉଥିବା ଦେଖିବାକୁ ମିଳିଛି। ଏହି ମ୍ୟାଗେଜିନ୍‌ର କଭର୍‌ ପେଜ୍‌ରେ ପ୍ରିୟଙ୍କାଙ୍କ ଫଟୋ ରହିଛି। ଏହି ଭିଡିଓକୁ ମହିଳା ନିଜ ଟୁଇଟର୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓର ସେ କ୍ୟାପସନ୍‌ ମଧ୍ୟ ଦେଇଛନ୍ତି।

{"id":151805,"width":573,"height":463}

ସେ ଲେଖିଛନ୍ତି ଯେ, 'ଏହି ମ୍ୟାଗେଜିନ୍‌ ଆଜି ତାଙ୍କ ଘରକୁ ଆସିଥିଲା।ସେ ଭାବିଲେ ଏହାକୁ ରିସାଇକ୍ଲିଂ କରିବା ବ୍ୟତୀତ ଯଦି ଡଷ୍ଟ୍‌ବିନ୍‌ରେ ପକାଯାଏ, ତା'ହେଲେ ଭଲ ହେବ।' ଶେଷ ଥର ପାଇଁ ପ୍ରିୟଙ୍କାଙ୍କୁ ବଲିଉଡ୍‌ ଫିଲ୍ମ 'ବାଜିରାଓ ମସ୍ତାନୀ'ରେ ଦେଖିବାକୁ ମିଳିଥିଲା। ଏହାପରେ ସେ ହଲିଉଡ୍‌ ଫିଲ୍ମ 'ସ୍କାଇ ଇଜ୍‌ ପିଙ୍କ୍'ରେ ଅଭିନୟ କରିଥିଲେ।

{"id":151806}

ଏବେ ହଲିଉଡ୍‌ରେ ତାଙ୍କୁ ଆଉ ଏକ ନୂଆ ପ୍ରୋଜେକ୍ଟ ମିଳିଛି। ନେଟ୍‌ଫ୍ଲିକ୍ସର 'We Can Be Heroes' ଫିଲ୍ମରେ ସେ ଅଭିନୟ କରିବେ। ଏହି ଫିଲ୍ମର କାହାଣୀ ହଲିଉଡ୍‌ ଫିଲ୍ମ ମେକର୍‌ ରବର୍ଟ ରୋଡ୍ରିଜ୍‌ ଲେଖିବେ। ଏହା ପୂର୍ବରୁ ସେ 'ସ୍ପାଇ କିଡ୍‌ସ' ଫିଲ୍ମ ନିର୍ମାଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.