ପ୍ରିୟଙ୍କା କରୁଛନ୍ତି ଫ୍ୟାମିଲି ପ୍ଲାନିଂ: ୧୧ ଶିଶୁଙ୍କ ମା' ହେବାକୁ ଚାହୁଁଛନ୍ତି ଅଭିନେତ୍ରୀ

Published By : Prameya-News7 Bureau | January 12, 2021 IST

ମୁମ୍ବାଇ ୧୨/୦୧ : ବଲିଉଡ ଓ ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ସୁନ୍ଦରତା ଓ ବୋଲ୍ଡନେସ ସହ ନିଜ ସଚ୍ଚୋଟତା ଯୋଗୁଁ ପ୍ରଶଂସକଙ୍କ ବହୁତ ପ୍ରିୟ। ପ୍ରିୟଙ୍କା ନିଜ ମନ କଥା କହିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତିନି କି ଡରନ୍ତିନି। ଯେଉଁ କଥା ବି ହେଉ ସେ ମନ ଖୋଲି କହିଦିଅନ୍ତି। ସେ ଅଧିକାଂଶ ସମୟରେ ସ୍ୱାମୀ ନିକ୍ ଜୋନାସଙ୍କ ସହ ନିଜ ସମ୍ପର୍କକୁ ନେଇ ମଧ୍ୟ କହିଥାନ୍ତି। ନିକଟରେ ସେ ଫ୍ୟାମିଲି ପ୍ଲାନିଂ ସମ୍ପର୍କରେ ଖୁଲାସା କରିଛନ୍ତି।

ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ୧୧ ଶିଶୁଙ୍କ ମା' ହେବାକୁ ଚାହୁଁଛନ୍ତି। ସେ ନିଜର ଏକ କ୍ରିକେଟ ଟିମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ସଣ୍ଡେ ଟାଇମ୍ସ ସହ ସାକ୍ଷାତକାରରେ ସେ ନିଜର ଏହି ଇଛା ଜାହିର କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କୁ ଫ୍ୟାମିଲି ପ୍ଲାନିଂ ବିଷୟରେ ପ୍ରଶ୍ନ କରାଯାଇଥିଲା ଯେ ସେ କେତେ ପିଲା ଜନ୍ମ ଦେବାକୁ ଚାହୁଁଛନ୍ତି। ପ୍ରିୟଙ୍କାଙ୍କ ଜବାବ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

୩୮ ବର୍ଷୀୟ ଅଭିନେତ୍ରୀ କହିଛନ୍ତି ଯେ ସେ ୧୧ ଶିଶୁଙ୍କ ମା' ହେବାକୁ ଚାହୁଁଛନ୍ତି। ଜବାବ ଦେଇ ପ୍ରିୟଙ୍କା ନିଜେ ବି ଜୋର ଜୋରରେ ହସିଥିଲେ। ସେ କହିଛନ୍ତି ସେ କ୍ରିକେଟ ଟିମ କରିବାକୁ ଚାହୁଁଛନ୍ତି ସେଥିପାଇଁ ୧୧ ଶିଶୁଙ୍କୁ ଜନ୍ମ ଦେବାକୁ ଚାହୁଁଛନ୍ତି। ଏହାପରେ ସେ ମଜାକ ମୁଡ଼ ଛାଡି କହିଥିଲେ ୧୧ ଶିଶୁ ବୋଧହୁଏ ବହୁତ ବେଶୀ ହେଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.