ସଙ୍ଗୀତ ଉତ୍ସବରେ ନିକ୍ ଦେଲେ ସ୍ପେଶାଲ୍ ପରଫରମାନ୍ସ : ଇମୋସନାଲ୍ ହୋଇଗଲେ ପ୍ରିୟଙ୍କା

Published By : Prameya-News7 Bureau | December 01, 2018 IST

ମୁମ୍ବାଇ ୧/୧୨: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ। ଯୋଧପୁରର ରାଜକୀୟ ଉମୈଦ ଭବନଠାରେ ତାଙ୍କ ବିବାହ ଧୁମଧାମରେ ଅନୁଷ୍ଠିତ ହେବ। ଗତକାଲି ତାଙ୍କର ସଙ୍ଗୀତ ଉତ୍ସବ ଥିଲା। ସଙ୍ଗୀତ ଉତ୍ସବରେ ପ୍ରିୟଙ୍କା ଓ ନିକ୍ ବିଦେଶୀ ଅତିଥିଙ୍କ ସହ ଖୁବ୍ ଡ୍ୟାନ୍ସ୍ କରିଛନ୍ତି। ସୂଚନା ମିଳିଛି ଯେ ନିକ୍ ପ୍ରିୟଙ୍କାଙ୍କ ପାଇଁ ଗତକାଲି ସଙ୍ଗୀତରେ ସ୍ପେଶାଲ୍ ପରଫରମାନ୍ସ ଦେଇଛନ୍ତି ଯାହାକୁ ଦେଖି ପ୍ରିୟଙ୍କା ଭାବପ୍ରବଣ ହୋଇଯାଇଛନ୍ତି। ନିକ୍ ପ୍ରିୟଙ୍କାଙ୍କ ପାଇଁ ସ୍ପେଶାଲ୍ ଆକ୍ଟ୍ ପ୍ରସ୍ତୁତ କରିଥିଲେ । ସେଥିପାଇଁ ପ୍ରିୟଙ୍କା ନିକଙ୍କ ପରଫରମାନ୍ସ ଦେଖି ଭାବୁକ ହୋଇଯାଇଥିଲେ। ନିକ୍ ଏବଂ ପ୍ରିୟଙ୍କାଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ୪ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରିୟଙ୍କା ନିକଙ୍କ ପାଇଁ ଡ୍ୟାନ୍ସ କରିଥିଲେ। ସଙ୍ଗୀତ ଉତ୍ସବରେ ପ୍ରିୟଙ୍କା ପିଙ୍କ୍ ରଙ୍ଗର ଆଉଟଫିଟ୍ ପିନ୍ଧିବା ସହ କୁନ୍ଦନ ଡାଏମଣ୍ଡ ଜୁଏଲାରୀ ପିନ୍ଧିଥିଲେ। ପ୍ରିୟଙ୍କାଙ୍କ ଭଉଣୀ ପରିଣୀତି ଚୋପ୍ରା ବଲିଉଡ,ପଞ୍ଜାବୀ ଏବଂ ରାଜସ୍ଥାନୀ ଗୀତରେ ଡ୍ୟାନ୍ସ କରିଥିଲେ। ଅନେକ ଭାରତୀୟ ଏବଂ ବିଦେଶୀ କଳାକାରମାନେ ମଧ୍ୟ ପରଫର୍ମ କରିଥିଲେ। ପ୍ରିୟଙ୍କା ଏବଂ ନିକଙ୍କ ସଙ୍ଗୀତ ଏବଂ ମେହେନ୍ଦୀ ଉତ୍ସବରେ ଅନେକ ବଡ଼ ବଡ଼ କଳାକାର ସାମିଲ ହୋଇଥିଲେ। ଗତକାଲି ରାତିରେ ଅମ୍ବାନୀଙ୍କ ପରିବାର ଯୋଧପୁରରେ ପହଞ୍ଚିଥିଲେ। ଈଶା ଅମ୍ବାନୀ ଏବଂ ପ୍ରିୟଙ୍କା ଚୋପ୍ରା ଭଲ ସାଙ୍ଗ। ସେଥିପାଇଁ ସେ ପ୍ରିୟଙ୍କାଙ୍କ ବିବାହରେ ଯୋଗ ଦେବା ପାଇଁ ପରିବାର ସହ ପହଞ୍ଚିଛନ୍ତି। ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ୍ ତାଙ୍କ ପୁଅ ଅହିଲ ଖାନଙ୍କ ସହ ଯୋଧପୁରରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ସିଙ୍ଗର ମାନସୀ ସ୍କର୍ଟ,ୟୁଟୁବର ଲିଲି ସିଂହ,ମେକଅପ୍ ଆର୍ଟିଷ୍ଟ୍ ମିକି କଣ୍ଟ୍ରାକ୍ଟର୍,ଭିଜେ ଅନୁଷା ଦାଣ୍ଡେକର୍ ନିଜ ବୟଫ୍ରେଣ୍ଡ କରଣ କୁନ୍ଦ୍ରାଙ୍କ ସହ ପ୍ରିୟଙ୍କା ଏବଂ ନିକଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି। ଆଜି ପ୍ରିୟଙ୍କାଙ୍କ କକଟେଲ୍ ପାର୍ଟି ହେବ। ଆସନ୍ତାକାଲି ହିନ୍ଦୁ ରୀତିରେ ସେମାନଙ୍କ ବିବାହ ଅନୁଷ୍ଠିତ ହେବ। କିନ୍ତୁ ଖ୍ରୀଷ୍ଟିୟାନ୍ ରୀତିରେ କେବେ ହେବ ଘୋଷଣା ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.