Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ହାଇଓ୍ୱାକୁ ପିଟିଲା ଅଟୋ, ୭ ଗୁରୁତର
  • ||
  • ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ
  • ||
  • ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ
  • ||
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ମ୍ୟାଗାଜିନ୍‌ ପାଇଁ ବୋଲ୍ଡ ଫଟୋଶୁଟ୍‌ କରି ଟ୍ରଲ୍‌ ହେଲେ ବଲିଉଡର ଦେଶୀଗର୍ଲ

7/06/2019 at 3:39 PM

ମୁମ୍ବାଇ୭|୬: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ଏବେ ବିଦେଶରେ ରାଜ କରୁଛନ୍ତି।ହଲିଉଡରେ ନିଜ ଜଲୱା ଦେଖାଉଛନ୍ତି ପ୍ରିୟଙ୍କା। ଗୋଟେ ପରେ ଗୋଟେ ହଲିଉଡ ପ୍ରଯେକ୍ଟରେ କାମ କରିଚାଲିଛନ୍ତି ସେ ବେଶ ଲୋକପ୍ରିୟତା ହାସଲ କରୁଛନ୍ତି। ତବେ ତାଙ୍କ ସହ କିଛି ଏମିତି ହୋଇଛି ଯାହା ତାଙ୍କ ଫ୍ୟାନ୍‌ଙ୍କୁ ନିରାଶ କରିଛି।

ପ୍ରିୟଙ୍କା ନିଜ ଦମଦାର୍‌ ଅଭିନୟ ସହ ଗ୍ଲାମରସ୍‌ ଲୁକ୍‌କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ତଳେ ପ୍ରିୟଙ୍କା ଏକ ମାଗାଜିନ୍ ପାଇଁ ବୋଲ୍ଡ ଫଟୋଶୁଟ୍‌ କରାଇଥିଲେ। ଏହି ଫଟୋଶୁଟ୍‌ ପରେ ସେ ବେଶ ଚର୍ଚ୍ଚାରେ ଅଛନ୍ତି।ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଫଟୋଶୁଟ୍‌ରେ ପ୍ରିୟଙ୍କା ଏକ ଗୋଲଡେନ ରଙ୍ଗର ଶାଢି ପିନ୍ଧିଛନ୍ତି। ଶାଢି ସହ ସେ ବ୍ଲାଉଜ୍‌ ପିନ୍ଧିନଥିବାରୁ ଟ୍ରଲ୍‌ର ଶିକାର ହୋଇଛନ୍ତି ବଲିଉଡ ବିୟୁଟି ପ୍ରିୟଙ୍କା। ପ୍ରତ୍ୟେକ ଥର ଭଳି ଏହି ଫଟୋରେ ମଧ୍ୟ ପ୍ରିୟଙ୍କା ବହୁତ ସୁନ୍ଦର ଲାଗୁଛନ୍ତି। କିନ୍ତୁ ନିଜ ପରିଧାନ ଶୈଳୀ ପାଇଁ ସେ ଇଣ୍ଟରନେଟ୍‌ରେ ଟ୍ରୋଲ ହୋଇଛନ୍ତି। ପ୍ରିୟଙ୍କାଙ୍କର ଏହି ବୋଲ୍ଡ ଲୁକ୍‌ କିଛି ଦର୍ଶକ ପସନ୍ଦ କରିଛନ୍ତି ତ କିଛି ପସନ୍ଦ କରିନାହାନ୍ତି।

ଜଣେ ୟୁଜର ତାଙ୍କ ଫଟୋରେ କମେଣ୍ଟ କରି ଲେଖିଛନ୍ତି ଯେ, ‘ଧନୀ ଲୋକ ଲୁଗା ନ ପିନ୍ଧିଲେ ତାହା ଫ୍ୟାଶନ୍‌ ଆଉ ଗରିବ ନ ପିନ୍ଧିଲେ ସେମାନେ ଅସଭ୍ୟ’। କିଛି ଦର୍ଶକ ତାଙ୍କୁ ଭାରତର ସଂସ୍କାର ବିଷୟରେ ମଦ୍ୟ ପାଠ ପଢାଇଛନ୍ତି। ଅପରପକ୍ଷରେ କିଛି ଫ୍ୟାନ୍ସ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ପ୍ରିୟଙ୍କା ନିଜ ଫଟୋକୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରଛନ୍ତି। ଏହା ସହ ଏକ ମଜାଦାର କ୍ୟାପଶନ୍‌ ମଧ୍ୟ ଲେଖିଛନ୍ତି।

 

   Related Posts