ପୁଣିଥରେ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ପ୍ରିୟଙ୍କା ଚୋପଡା…

Published By : Prameya-News7 Bureau | January 12, 2020 IST

ମୁମ୍ବାଇ୧୨|୧: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ଓ ନିକ୍‌ ଯୋନାସ ନିଜ ରୋମାଣ୍ଟିକ ଅନ୍ଦାଜ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ଥାନ୍ତି। ଏହା ବ୍ୟତୀତ ପ୍ରିୟଙ୍କା ନିଜ ପରିଧାନ ଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ହେଲେ ନିକଟରେ ପ୍ରିୟଙ୍କା ନିଜର ଏକ ଡ୍ରେସ୍‌ ପାଇଁ ଟ୍ରୋଲ ହୋଇଛନ୍ତି। ଏହା ପ୍ରଥମ ଥର ପାଇଁ ହୋଇନାହିଁ। ଏହା ପୂର୍ବରୁ ମଧ୍ୟ ପ୍ରିୟଙ୍କା ସୋସିଆଲ ମିଡିଆରେ ଅନେକ ଥର ନିଜ ଡ୍ରେସିଂ ଷ୍ଟାଇଲ ପାଇଁ ଟ୍ରୋଲ ହୋଇସାରିଛନ୍ତି।

{"id":210121,"sizeSlug":"large"}

 ରିପୋର୍ଟ ଅନୁସାରେ ପ୍ରିୟଙ୍କା kukhareva ଟ୍ରାଂସପରେଣ୍ଟ ଡ୍ରେସ ପିନ୍ଧିଥିଲେ। ଏହି ଡ୍ରେସ୍‌ ସେ ଡିନର ପାଇଁ ପିନ୍ଧି ଯାଇଥିଲେ। କିନ୍ତୁ ବୋଧହୁଏ ଦର୍ଶକଙ୍କୁ ପ୍ରିୟଙ୍କାଙ୍କର ଏହି ଡ୍ରେସ୍‌ ପସନ୍ଦ ଆସିନଥିଲା। ପ୍ରିୟଙ୍କା ସ୍ୱାମୀ ନିକ୍‌ଙ୍କ ସହ ଡିନର୍‌ରେ ଯାଇଥିବା ସମୟରେ ବ୍ଲାକ ଲଙ୍ଗ୍‌ ଡ୍ରେସ୍‌ ପିନ୍ଧିଥିଲେ। ଉଭୟଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।

{"id":210122,"sizeSlug":"large"}

ଏହାପରେ ଦର୍ଶକମାନେ ପ୍ରିୟଙ୍କାଙ୍କର ଏହି ଡ୍ରେସିଂ ସେନ୍ସକୁ ନେଇ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ। କିଛି ୟୁଜର୍ସ ଏମିତି ଲେଖିଛନ୍ତି ଯେ, 'ବିବାହ ପରେ ପ୍ରିୟଙ୍କାଙ୍କର ଡ୍ରେସିଂ ସେନ୍ସ ଖରାପ ହୋଇଯାଇଛି।'ଅନ୍ୟଜଣେ ଲେଖିଛନ୍ତି ଯେ, ତାଙ୍କ ଡ୍ରେସ ସୁନ୍ଦର ହୋଇଛି ହେଲେ ଏହି ଡ୍ରେସ୍‌ ପ୍ରିୟଙ୍କାଙ୍କୁ ମାନୁନଥିଲା। ଏଭଳି ଅନେକ କମେଣ୍ଟ ଏହି ଡ୍ରେସ ନେଇ ଆସିଛି। ପ୍ରିୟଙ୍କା ଚୋପଡା ଡ୍ରେସ୍‌କୁ ନେଇ ଅନେକ ଟ୍ରୋଲ କରିବା ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.