ଜୋ ଜୋନାସଙ୍କ ବାର୍ଥ ଡେ ପାର୍ଟିକୁ ଏପରି ଡ୍ରେସ୍ ପିନ୍ଧି ପହଞ୍ଚିଲେ ପ୍ରିୟଙ୍କା, ହଟୁନଥିଲା କାହାରି ନଜର

Published By : Prameya-News7 Bureau | August 19, 2019 IST

ମୁମ୍ବାଇ ୧୯/୮: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେତେବେଳେ କୌଣସି ପାର୍ଟି ଯିବାକୁ ପ୍ରସ୍ତୁତ ହୁଅନ୍ତି ସେତେବେଳେ ସବୁ ଲାଇମଲାଇଟ୍ ଏକା ନେଇଯାଆନ୍ତି। ତାଙ୍କ ଦେଢ଼ଶୁର ଜୋ ଜୋନାସଙ୍କ ଜନ୍ମଦିନରେ ପ୍ରିୟଙ୍କା ଏପରି ଲୁକ୍ ନେଇଥିଲେ ଯେ ବାର୍ଥ ଡେ ବୟଙ୍କଠୁ ଅଧିକ ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସିଙ୍ଗ୍ ସେନ୍ସର ଚର୍ଚ୍ଚା ହେଉଥିଲା।

{"id":146015}

ପ୍ରିୟଙ୍କା ଏକ ଟ୍ରାନ୍ସପରେଣ୍ଟ ବ୍ଲାକ୍ ଡ୍ରେସରେ ନଜର ଆସିଥିଲେ। ଯଦି ଦେଶୀ ଅନ୍ଦାଜରେ କହିବା ତେବେ ପ୍ରିୟଙ୍କା ନେଟର ଏକ ପୋଞ୍ଚୁ ପିନ୍ଧିଥିଲେ। ଏହି ଷ୍ଟାଇଲିଶ ପୋଞ୍ଚୁରେ ଫରରେ କାରୁକାର୍ଯ୍ୟ ହୋଇଥିଲା। ଏହି ଟ୍ରାନ୍ସପରେଣ୍ଟ ଡ୍ରେସରେ ପ୍ରିୟଙ୍କାଙ୍କ ବିକିନି ବଡି ପରିଷ୍କାର ଦେଖାଯାଉଥିଲା। ଏହା ସହିତ ପ୍ରିୟଙ୍କା ଫର ଥିବା ଜୋତା ପିନ୍ଧିଥିଲେ। ଦେଶୀ ଗାର୍ଲଙ୍କ ଡାର୍କ ଲିପଷ୍ଟିକ୍ ଏବଂ ଓ୍ବିଙ୍କ ଆଇ ଲାଇନର ତାଙ୍କ ଲୁକକୁ ଆହୁରି ଷ୍ଟାଇଲିଶ୍ କରୁଥିଲା।

{"id":146016,"width":542,"height":543}

ନିକ୍ ଜୋନାସଙ୍କ କଥା କହିବା ଯଦି ସେ ବ୍ଲାକ ସୁଟରେ ନଜର ଆସିଥିଲେ। ବାର୍ଥଡେ ବୟ ଜୋ ଜୋନାସ୍ ହ୍ବାଇଟ୍ କୋଟ୍ ଏବଂ ବ୍ଲାକ୍ ଟ୍ରାଉଜର ପିନ୍ଧିଥିଲେ। ତାଙ୍କ ପତ୍ନୀ ସୋଫି ଟର୍ଣ୍ଣର ଥାଇ ହାଇ ସ୍ଲିଟ୍ ଡ୍ରେସ୍ ପିନ୍ଧିଥିଲେ। ଯିଏ ଯାହା ପିନ୍ଧିଥାଉନା କାହିଁକି ସବୁଠୁ ବେଶୀ ଚର୍ଚ୍ଚାରେ ପ୍ରିୟଙ୍କା ରହିଥିଲେ। ସେ ନିକଙ୍କ ହାତ ଧରି ପାର୍ଟିକୁ ପ୍ରବେଶ କରିଥିଲେ ଏବଂ ସମସ୍ତେ ତାଙ୍କୁ ଦେଖୁଥିଲେ।   

{"id":146017,"width":583,"height":605}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.