ଇଶା ଅମ୍ବାନୀଙ୍କ ବିବାହରେ ଡ୍ୟାନ୍ସ କରିବେ ପ୍ରିୟଙ୍କା ଚୋପ୍ରା !

Published By : Prameya-News7 Bureau | November 19, 2018 IST

ମୁମ୍ବାଇ ୧୯/୧୧ : ନିକଟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପୂର୍ବତନ ମିସ ୱାର୍ଲଡ ତଥା ବଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ | ପ୍ରିୟଙ୍କା ନିଜର ବିବାହ ଯୋଧପୁରରେ ଆୟୋଜନ କରୁଥିବା ଜଣାପଡିଛି | ଏତିକିବେଳେ ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ମଧ୍ୟ ଏକ ସ୍ପେସିଆଲ ଆୟୋଜନ କରୁଛନ୍ତି | ଆସନ୍ତା ଡିସେମ୍ବର ୧୨ ତାରିଖରେ ମୁକେଶ ଅମ୍ବାନୀଙ୍କ ଅଲିଅଳି ଝିଅ ଇଶା ଅମ୍ବାନୀ ବିଜନେସ ଟାଇକୁନ ଆନନ୍ଦ ପିରାମଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି | ଏହି ବର୍ଷର ଏହା ସବୁଠାରୁ ସ୍ୱତନ୍ତ୍ର ବାହାଘର ହେବାର କଳ୍ପନା କରାଯାଉଛି | ନିକଟରେ ଇଶା ଏବଂ ଆନନ୍ଦଙ୍କ ନିର୍ବନ୍ଧ ଇଟାଲୀର ଲେକ କୋମୋ ଠାରେ ଅନୁଷ୍ଠିତ ହୋଇଥିଲା | ତେବେ ବିବାହ ମଧ୍ୟ ଇଟାଲୀରେ ହେବ ବୋଲି ଜଣାପଡିଛି | ବିବାହ ପୂର୍ବର ରୀତିନୀତି ଡିସେମ୍ବର ୮ ଏବଂ ୯ ତାରିଖରେ ଇଣ୍ଡିଆରେ ହେବ ଏବଂ ବିବାହ ୧୨ ତାରିଖରେ ତାଙ୍କ ମୁମ୍ବାଇ ସ୍ଥିତ ଘରେ ହେବା | ତେବେ ବିବାହର ଇଶାଙ୍କ କିଛି ଘନିଷ୍ଠ ବନ୍ଧୁ ଡ୍ୟାନ୍ସ ପରଫର୍ମ କରିବାର ଆୟୋଜନ ହୋଇଛି | ଏହା ଏକ ଗୃପ ଡ୍ୟାନ୍ସ ପରଫରମାନ୍ସ | ତେବେ ଏହି ଗୃପ ଡ୍ୟାନ୍ସରେ ଇଶାଙ୍କ ବନ୍ଧୁଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ପରଫର୍ମ କରିବେ ବୋଲି ଜଣାପଡିଛି | କିନ୍ତୁ ପ୍ରିୟଙ୍କା କୌଣସି ସୋଲୋ ପରଫରମାନ୍ସ କରିବେ ନାହିଁ | ସୂଚନା ଅନୁଯାୟୀ ଏଥିପାଇଁ ପ୍ରିୟଙ୍କା ଏବଂ ଇଶାଙ୍କ ଘନିଷ୍ଠ ବନ୍ଧୁମାନେ ପ୍ରାକ୍ଟିସ ମଧ୍ୟ ଆରମ୍ଭ କରିସାରିଛନ୍ତି | ଇଶା ଅମ୍ବାନୀଙ୍କ ବିବାହ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ ହେଉଥିବା ଜଣାପଡିଛି | ପୁରା ବଲିଉଡ ଇଣ୍ଡଷ୍ଟ୍ରି ଏହି ଗ୍ରାଣ୍ଡ ବାହାଘରରେ ସାମିଲ ହେବା ପାଇଁ ଆଶା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.