ଶୋ’ ଶେଷରେ ଦର୍ଶକଙ୍କ ଉପରକୁ କେକ ଫୋପାଡିଲେ ଦେଶୀ ଗାର୍ଲ ପ୍ରିୟଙ୍କା : ଭିଡିଓ ହେଲା ଭାଇରାଲ
29/03/2019 at 4:40 PM
ମିଆଁମି ୨୯/୩ : ପ୍ରିୟଙ୍କା ଗତ କିଛି ଦିନ ହେଲା ପାଟି ନିକଙ୍କ ସହ ମିଆଁମିରେ ଅବସର ସମୟ ବିତାଉଛନ୍ତି | ଉଭୟଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ଦେଶୀ ଗାର୍ଲ ପ୍ରିୟଙ୍କା କଂସର୍ଟକୁ ଆସୁଥିବା ଲୋକଙ୍କ ଉପରକୁ କେକ ଫୋପଡୁଥିବା ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ପ୍ରିୟଙ୍କା ଚୋପ୍ରା ଏବଂ ନିକ ଷ୍ଟିଭ ଏଓକିଙ୍କ ଏକ କଂସର୍ଟକୁ ଯାଇଥିଲେ | ଶୋ’ବେଳେ ଶୋ’ରେ ଉପସ୍ଥିତ ଲୋକଙ୍କ ଉପରକୁ କେକ ଫୋପାଡ଼ିଥିଲେ ପ୍ରିୟଙ୍କା | ପ୍ରିୟଙ୍କାଙ୍କ ସହ ନିକ ମଧ୍ୟ ଦର୍ଶକଙ୍କ ଉପରକୁ କେକ ଫୋପାଡ଼ିଥିଲେ | ଉଭୟ ବହୁତ ମଜା ମଧ୍ୟ କରିଥିଲେ |
ତେବେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଏହିଭଳି ମନକୁ କରିନଥିଲେ | ଷ୍ଟିଭ ଏଓକିଙ୍କ ଯେକୌଣସି ଶୋ’ର ଶେଷରେ ଦର୍ଶକଙ୍କ ଉପରକୁ କେକ ଫୋପଡ଼ା ଯାଇଥାଏ | ପ୍ରିୟଙ୍କା ଏବଂ ନିକ ଷ୍ଟିଭଙ୍କ ଶୋ’ର ଏହି ପରମ୍ପରାକୁ ବଜାୟ ରଖିଥିଲେ | ଏମାନଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି |