କ୍ବାରେଣ୍ଟାଇନରେ ନିଶାରେ ଅଭ୍ୟସ୍ତ ହେଲେ ନିକ୍ ଜୋନ୍ସ : ରାଗି ଗଲେ ପ୍ରିୟଙ୍କା ଚୋପ୍ରା

Published By : Prameya-News7 Bureau | May 13, 2020 IST

ମୁମ୍ବାଇ ୧୩/୫: କରୋନା ଭାଇରସ୍ ଯୋଗୁଁ ଏବେ ଅଧିକାଂଶ ଲୋକେ ନିଜ ଘରେ କ୍ବାରେଣ୍ଟାଇନରେ ଅଛନ୍ତି। ଏପରି ପରିସ୍ଥିତିରେ ଲୋକେ ନିଜ ହବିକୁ ପ୍ରାକ୍ଟିସ୍ କରୁଛନ୍ତି। ନିକଟରେ ପ୍ରିୟଙ୍କା ଚୋପ୍ରା ନିଜ ସ୍ବାମୀ ନିକ୍ ଜୋନ୍ସଙ୍କ ନୂଆ ଅଭ୍ୟାସ ବିଷୟରେ କହିଛନ୍ତି ଯାହାକୁ ନେଇ ସେ ପାସିଓନେଟ୍ ଲାଗୁଛନ୍ତି।

wp:core-embed/instagram {"url":"https://www.instagram.com/p/CAEQsbYj0r3/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAEQsbYj0r3/?utm_source=ig_embed
/wp:core-embed/instagram

ନିକ୍ ଜୋନ୍ସ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ବନ୍ଧୁମାନଙ୍କ ସହ ଭଲ ସମୟର କିଛି ମୁହୂର୍ତ୍ତ ସେୟାର କରିଛନ୍ତି। ଏଥିରେ ସେ ଭିନ୍ନ ଭିନ୍ନ ପ୍ରକାରର ଡିଜାଇନ୍ ବନାଉଛନ୍ତି। ଏହା ସହିତ ଏହି ଭିଡିଓରେ ନିକ୍ ଏବଂ ତାଙ୍କ ବନ୍ଧୁ ମଧ୍ୟ ନଜର ଆସିଛନ୍ତି।

{"id":269531,"sizeSlug":"large"}

 ଏହି ଭିଡିଓରେ ନିକ୍ ବାରମ୍ବାର କଫି ପିଉଥିବା ଏବଂ ବିଭିନ୍ନ ପ୍ରକାରର ଡିଜାଇନ୍ ବନାଉଥିବା ନଜର ଆସିଛନ୍ତି। ଏହା ସହିତ ଏହି ଭିଡିଓରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିଛନ୍ତି। ପ୍ରିୟଙ୍କା ନିକଙ୍କୁ କଫି ପାଇଁ ପଚାରୁଛନ୍ତି ଏବଂ ସେ ମନା କରୁନାହାନ୍ତି। ଏଥିରେ ପ୍ରିୟଙ୍କା ତାଙ୍କ କଫି ପ୍ରତି ଥିବା ମାୟା ପାଇଁ ନିଜ ଆଖିକୁ ବୁଲାଉଥିବା ନଜର ଆସିଛନ୍ତି।

{"id":269532,"sizeSlug":"large"}

ନିକଟରେ ବଲିଉଡର ଦେଶୀ ଗାର୍ଲ ମଧ୍ୟ ନିଜ ଅନୁଭବ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ସେ ପାଖାପାଖି ୨ମାସ ପରେ ଘରୁ ବାହାରକୁ ବାହାରିଛନ୍ତି। ପ୍ରିୟଙ୍କା ଚୋପ୍ରା ଏବେ ନିଜ ସ୍ବାମୀ ନିକ୍ ଜୋନ୍ସଙ୍କ ସହ ଲସ୍ ଆଞ୍ଜେଲସରେ ଅଛନ୍ତି।

{"id":269533,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.