ପ୍ରିୟଙ୍କା ଚୋପ୍ରାଙ୍କ ଗୋଟିଏ ହାତ ଘଣ୍ଟା ବିକିଲେ କିଣିହେବ ମୁମ୍ବାଇରେ 1BHK ଫ୍ଲାଟ୍
5/07/2020 at 5:50 PM

ମୁମ୍ବାଇ ୦୫/୦୭ : ବଲିଉଡ ତଥା ହଲିଉଡ଼ରେ ନାଁ କରିଥିବା ପ୍ରିୟଙ୍କା ଚୋପ୍ରା ଅମାଜାନ ସହିତ ଏକ ଏକ୍ସପେନସିଭ ଡିଲ କରିଛନ୍ତି | ପ୍ରିୟଙ୍କା ଚୋପ୍ରା ଟଙ୍କା ପାଇଁ ଯେତିକି ପରିଶ୍ରମ କରନ୍ତି ଖର୍ଚ୍ଚ ମଧ୍ୟ ସେହିଭଳି କରନ୍ତି | ସେ ନିଜେ ଏକ ସାକ୍ଷାତକାରରେ ଏହା ସ୍ୱୀକାର କରିଥିଲେ | ପୂର୍ବରୁ ମଧ୍ୟ ପ୍ରିୟଙ୍କା ଓ ନିକ ଜୋନାସଙ୍କ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଏକ ମହଙ୍ଗା ଘଣ୍ଟା ପିନ୍ଧିଥିଲେ | ଘଣ୍ଟା ଏତେ ମହଙ୍ଗା ଯେ ଆପଣ ସେତିକି ଟଙ୍କାରେ ଏକ 1BHK ଫ୍ଲାଟ କିଣିପାରିବେ |

୨୦୧୯ ପ୍ରିୟଙ୍କା ଚୋପ୍ରା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଥିଲେ | ଫେଷ୍ଟିଭାଲ ପୂର୍ବରୁ ସେ ପତି ନିକ ଜୋନାସ ଡିନର ଡେଟରେ ଯାଇଥିଲେ | ଏହି ଡେଟ ପାଇଁ ପ୍ରିୟଙ୍କା ଧଳା ଗେଟ ଅପରେ ଯାଇଥିଲେ | ସେ ଏକ ଧଳା ରଙ୍ଗର ସ୍କର୍ଟ ପିନ୍ଧିଥିଲେ, ଯାହାର ଡିଜାଇନ ପେନ୍ସିଲ କଟ ଭଳି ଥିଲା | ଗୋଟିଏ ସାଇଡରେ କଟା ହୋଇଥିଲା ଯାହା ତାଙ୍କୁ ସେକ୍ସି ଟଚ ଦେଉଥିଲା |
ସ୍କର୍ଟ ସହ ପ୍ରିୟଙ୍କା ଏକ ଧଳା ରଙ୍ଗର ବ୍ଲେଜର ପିନ୍ଧିଥିଲେ | ଏହାର ଫ୍ରଣ୍ଟରେ ନେକଲାଇନ ଡିଜାଇନ ଥିଲା ଯାହା ତାଙ୍କୁ ବୋଲଡ ଟଚ ଦେଉଥିଲା | ଡ୍ରେସ ସହିତ ପ୍ରିୟଙ୍କା ପମ୍ପ ହିଲ ପିନ୍ଧିଥିଲେ ଓ ଏକ ଧଳା ରଙ୍ଗର ପର୍ସ ମ୍ୟାଚିଙ୍ଗ କରି ଧରିଥିଲେ |

ଏହି ଲୁକରେ ତାଙ୍କର ରୋଜ ଗୋଲ୍ଡ ହାତ ଘଣ୍ଟା ସବୁଠାରୁ ଅଧିକ ସାଇନ କରୁଥିଲା | ପରେ ସେ ଏହି ଘଣ୍ଟାର ଏକ କ୍ଲୋଜ୍ ଲୁକ୍ ଇନ୍ସଟାଗ୍ରାମ ଷ୍ଟୋରିରେ ସେୟାର କରିଥିଲେ | ପ୍ରିୟଙ୍କାଙ୍କ ଘଣ୍ଟା Chopard ବ୍ରାଣ୍ଡର ଥିଲା | ଏହା ଏକ କମ୍ପାନୀ ଯାହା ଲଗ୍ଜରି ଘଣ୍ଟା ତିଆରି କରେ | ଏହା ଏକ ପ୍ରସିଦ୍ଧ କମ୍ପାନୀ | ପ୍ରିୟଙ୍କାଙ୍କ ଘଣ୍ଟାକୁ ୧୮ କ୍ୟାରଟ୍ ରୋଜ୍ ଗୋଲ୍ଡରେ ତିଆରି କରାଯାଇଥିଲା | ଘଣ୍ଟାର ଡାଏଲରେ ହୀରା ଖଚିତ ରହିଛି | ଘଣ୍ଟାର ବିଶେଷତ୍ୱ ଏହାର ମୁଭିଙ୍ଗ ଡାଇମଣ୍ଡ | ଏହା Chopard ସ୍ୱିସ୍ ୱାଚ୍ ର ସିଗନେଚର୍ ଡିଜାଇନ୍ | ସ୍ୱିସ୍ କରେନ୍ସିରେ ଏହାର ମୂଲ୍ୟ ୩୮୨୦୦, ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା | ୩୦ ଲକ୍ଷ ଟଙ୍କାରେ ଆପଣ ବହୁତ କିଛି କିଣିପାରିବେ | ଏତିକି ଟଙ୍କାରେ ଗୋଟିଏ 1BHK ଫ୍ଲାଟ ମଧ୍ୟ କିଣିପାରିବେ |