Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପ୍ରିୟଙ୍କା ଚୋପଡାଙ୍କଠୁ ଅଧିକ ସୁନ୍ଦରୀ ହେଉଛନ୍ତି ତାଙ୍କ ଭଉଣୀ, ପ୍ରଥମ ଫିଲ୍ମରେ ଦେଇଥିଲେ ଜବରଦସ୍ତ କିସ୍‌ ଦୃଶ୍ୟ

17/07/2019 at 12:11 PM

ମୁମ୍ବାଇ୧୭|୭: ବଲିଉଡଠୁ ଆରମ୍ଭ କରି ହଲିଉଡ ଯାଏଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ବହୁତ ପ୍ରତିଷ୍ଠା ହାସଲ କରିଛନ୍ତି। ପ୍ରିୟଙ୍କା ବ୍ରାଉନ ଗର୍ଲ ଓ ଦେଶୀ ଗର୍ଲ ନାଁରେ ମଧ୍ୟ ପରିଚିତ। ନିଜ ଅଭିନୟ ଓ ପ୍ରତିଭା ଯୋଗୁଁ ସେ ଆଜି ଜଣେ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି। ତେବେ ପ୍ରିୟଙ୍କାଙ୍କ ଭଉଣୀ ପରିଣିତି ଚୋପଡାଙ୍କ ବ୍ୟତୀତ ତାଙ୍କର ଆଉ ଜଣେ ଭଉଣୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ଏହି ଅଭିନେତ୍ରୀଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି।

ପ୍ରିୟଙ୍କାଙ୍କ ପିୟୁଷୀ ଝିଅ ଭଉଣୀ ମନ୍ନାରା ଚୋପଡା ଦେଖିବାକୁ ବହୁତ ସୁନ୍ଦର। ମନ୍ନାରା ପ୍ରିୟଙ୍କାଙ୍କ ପିଉସିଙ୍କ ଝିଅ। ମନ୍ନାରା ପ୍ରିୟଙ୍କାଙ୍କଠାରୁ ମଧ୍ୟ ଅଧିକ ସୁନ୍ଦର। ପ୍ରିୟଙ୍କାଙ୍କ ବାପା, ପରିଣିତିଙ୍କ ବାପା ଓ ମନ୍ନାରାଙ୍କ ମାଁ ୩  ଭାଇ ଭଉଣୀ। ୨୦୧୪ ମସିହାରେ ଜିଦ୍‌ ଫିଲ୍ମରେ ଅଭିନୟ କରି ମନ୍ନାରା ଚୋପଡା ବଲିଉଡରେ ପାଦ ରଖିଥିଲେ।

ନିଜ ପ୍ରଥମ ଫିଲ୍ମରେ ସେ ଅନେକ କିସିଂ ସିନ୍‌ କରିଥିଲେ। ପ୍ରଥମ ଫିଲ୍ମ ପରେ ମନ୍ନାରା ରାତା ରାତି ଷ୍ଟାର ହୋଇଯାଇଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ଷ୍ଟାରଡମ୍‌ ହଜିଯାଇଥିଲା। ଜିଦ୍‌ ଫିଲ୍ମରେ ଡେବ୍ୟୁ କରିବା ପରେ ସେ କୌଣସି ଫିଲ୍ମରେ ନଜର ଆସିନଥିଲେ। କିନ୍ତୁ ସେ ଅନେକ ସାଉଥ ଫିଲ୍ମରେ ଅଭିନୟ କରିଛନ୍ତି।

ମନ୍ନାରା ଚୋପଡା ନିଜ ବଡ ଭଉଣୀ ପ୍ରିୟଙ୍କାଙ୍କୁ ଦେଖି ଅଭିନୟ ଜଗତରେ ପାଦ ଦେଇଥିଲେ। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିଅର ତିଆରି କରିବା ପାଇଁ ସେ ପ୍ରିୟଙ୍କାଙ୍କର ସାହାଯ୍ୟ ନେଇନଥିଲେ। ଏବେ ବଲିଉଡରୁ ତାଙ୍କ ପାଇଁ କୌଣସି ଅଫର ନାହିଁ। ଏହା ସତ୍ତ୍ବେ ସେ ପ୍ରିୟଙ୍କାଙ୍କ ସାହାଯ୍ୟ ନେଇନାହାନ୍ତି। ମନ୍ନାରା ପୁଣି କେବେ ବଲିଉଡରେ ନଜର ଆସିବେ ସେ ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି।

   Related Posts