ପ୍ରିୟଙ୍କା ଚୋପ୍ରା କହିଲେ ,ଫିଲ୍ମ ଦୁନିଆରେ ଏହି ୩ ତିନିଜଣ ସବୁଠାରୁ ହ୍ୟାଣ୍ଡସମ ଅଭିନେତା

Published By : Prameya-News7 Bureau | September 30, 2019 IST

ମୁମ୍ବାଇ୩୦|୯: ବଲିଉଡର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’ ଲାଗି  ପ୍ରମୋସନ ଚଳାଇଛନ୍ତି। ପ୍ରିୟଙ୍କାଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ଅକ୍ଟୋବର ମାସ ୧୧ ତାରିଖରେ ରିଲିଜ ହେବ। ଫିଲ୍ମ ପ୍ରମୋସନ ସମୟରେ ସାମ୍ବାଦିକମାନେ ପ୍ରିୟଙ୍କାଙ୍କୁ  କିଛି ପ୍ରଶ୍ନ ପଚାରିଥିଲେ। ବଲିଉଡର ପ୍ରିୟଙ୍କାଙ୍କ ପ୍ରିୟ ଅଭିନେତା କିଏ? ଉତ୍ତରରେ ପ୍ରିୟଙ୍କା ତିନିଜଣ ସୁପରଷ୍ଟାରଙ୍କ ନାଁ  କହିଥିଲେ।

{"id":164686}

ପ୍ରଥମେ ସେ  କିଙ୍ଗଖାନଙ୍କୁ ତାଙ୍କର ପ୍ରୀୟ ଅଭିନେତା ବୋଲି କହିଥିଲେ। ତେବେ ଆଉ ଦୁଇ ଜଣ ହଲିଉଡ ଅଭିନେତା ତାଙ୍କ ପସନ୍ଦର ଅଭିନେତା ବୋଲି କହିଥିଲେ।

{"id":164687}

ପ୍ରିୟଙ୍କା  ହଲିଉଡ୍ ଷ୍ଟାର ମେଲ ଗିବସନ ଓ ଟମ ହାର୍ଡିଙ୍କୁ ଅଧିକ ପସନ୍ଦ କରିଥାନ୍ତି ବୋଲି କହିଥିଲେ।  ଶେଷରେ ସାମ୍ବାଦିକ ପ୍ରିୟଙ୍କା ପ୍ରଶ୍ନ କରିଥିଲେ ତିନିଜଣ ହ୍ୟାଣ୍ଡସମ ଅଭିନେତା କିଏ। ସେ ହସି ହସି କହିଥିଲେ ,ଏହି ତିନିଜଣ ହେଉଛନ୍ତି ସବୁଠାରୁ ହ୍ୟାଣ୍ଡସମ ଅଭିନେତା।

{"id":164688}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.