ଏହି କାରଣ ପାଇଁ 'ଭାରତ' ଫିଲ୍ମ ଛାଡ଼ିଥିଲେ ପ୍ରିୟଙ୍କା, କରିଲେ ଖୁଲାସା

Published By : Prameya-News7 Bureau | June 14, 2019 IST

ମୁମ୍ବାଇ ୧୪|୬:  ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ଭାଇଜାନଙ୍କ  ଫିଲ୍ମ 'ଭାରତ' ଇଦ୍‌ ଅବସରରେ ରିଲିଜ୍‌ ହୋଇଛି । ଏହି ଫିଲ୍ମକୁ କିଛି  ଦର୍ଶକ ପସନ୍ଦ  କରିଥିଲେ ତ କିଛି ପସନ୍ଦ କରିନଥିଲେ । ଚଳଚ୍ଚିତ୍ରର କାହାଣୀ ବ୍ୟତୀତ ଫିଲ୍ମରେ କ୍ୟାଟ୍ରିନା ଏବଂ ସଲମାନଙ୍କ ଯୋଡ଼ିକୁ ମଧ୍ୟ ଲୋକେ ବହୁତ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବା ପୂର୍ବରୁ କ୍ୟାଟ୍ରିନାଙ୍କୁ ଫିଲ୍ମରେ ମୁଖ୍ୟ ଭୂମିକାର ଚରିତ୍ର ମିଳିନଥିଲା।

{"id":122773}

“ଭାରତ” ସିନେମାରେ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ଶେଷ ମୂହୁର୍ତ୍ତରେ ଫିଲ୍ମରେ ଅଭିନୟ କରିବାକୁ ମନା କରିଥିଲେ ପ୍ରିୟଙ୍କା । ପ୍ରଥମେ ନିକ୍‌ଙ୍କୁ ବିବାହ କରିବା ପାଇଁ ଫିଲ୍ମ 'ଭାରତ' ଛାଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ  ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି । ପ୍ରିୟଙ୍କା  କହିଛନ୍ତି ଯେ, ଫିଲ୍ମ 'ଦ ସ୍କାଏ ଇଜ୍‌ ପିଙ୍କ'ରେ କାମ କରିବା ପାଇଁ ସେ ଫିଲ୍ମ 'ଭାରତ' ଛାଡ଼ିଥିଲେ । 'ଦ ସ୍କାଏ ଇଜ୍‌ ପିଙ୍କ'ର ଶୁଟିଂର ଶେଷ ଦିନ ରଖା ଯାଇଥିବା ପାର୍ଟିରେ ଦେଶିୀ ଗର୍ଲଏହି ଖୁଲାସା କରିଥିଲେ।

{"id":122774}

ସେ କହିଥିଲେ ଯେ, " ଭାରତ ଛାଡ଼ିବା ବିଷୟରେ  ସମସ୍ତେ ତାଙ୍କୁ ପ୍ରଶ୍ନ କରୁଛନ୍ତି। ଫିଲ୍ମ ଛାଡିବା ନିଷ୍ପତ୍ତି ତାଙ୍କର ଥିଲା ତଥାପି ଫିଲ୍ମ ଛାଡିବା ନେଇ ଅନେକ ପ୍ରଶ୍ନ ଉଠାଯାଇଛି । ଅନେକ ଜଣ ଭାବିଥିଲେ ଯେ, ବିବାହ ପାଇଁ ସେ ଫିଲ୍ମ ଛାଡିଛନ୍ତି। କିନ୍ତୁ ଏହା ଭୁଲ ବୋଲି ଘୋଷଣା କରିଛନ୍ତି ପ୍ରୟଙ୍କା। ସେ ସୋନାଲୀ ବୋଷଙ୍କ ଫିଲ୍ମ 'ଦ ସ୍କାଏ ଇଜ୍‌ ପିଙ୍କ'ରେ କାମ କରିବା ପାଇଁ 'ଭାରତ' ଛାଡ଼ିଥିଲେ ବୋଲି ସ୍ପଷ୍ଟ କରି କହିଛନ୍ତି। କାରଣ ସୋନାଲୀ ବୋଷଙ୍କ କାହାଣୀ ତାଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.