ବିବାହ ପୂର୍ବରୁ ସଜା ହେଲା ପ୍ରିୟଙ୍କାଙ୍କ ଘର : ନଭେମ୍ବର ୨୯ରୁ ଆରମ୍ଭ ହେବ ବିବାହ ରୀତିନୀତି

Published By : Prameya-News7 Bureau | November 26, 2018 IST

ମୁମ୍ବାଇ ୨୬/୧୧: ପ୍ରିୟଙ୍କା ଚୋପ୍ରା ଡିସେମ୍ବର ୨-୩ରେ ଆମେରିକୀୟ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ମୁମ୍ବାଇ ସ୍ଥିତ ତାଙ୍କ ଘରକୁ ସଜାଇ ଦିଆଯାଇଛି। ସଜା ଯାଇଥିବା ପ୍ରିୟଙ୍କାଙ୍କ ଘରର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରିୟଙ୍କା-ନିକଙ୍କ ମେହେନ୍ଦୀ ଏବଂ ସଙ୍ଗୀତ ଉତ୍ସବର ଆୟୋଜନ ନଭେମ୍ବର ୨୯ତାରିଖକୁ କରାଯିବ। ନିକ୍ ସଙ୍ଗୀତ ଉତ୍ସବରେ ଉଭୟ ହଲିଉଡ ଏବଂ ବଲିଉଡ ଡ୍ୟାନସରେ ନାଚିବେ। କୋରିଓଗ୍ରାଫର ଗଣେଶ ହେଗଡ଼େ ତାଙ୍କ ସଙ୍ଗୀତ ଉତ୍ସବ ନିମନ୍ତେ କୋରିଓଗ୍ରାଫି କରୁଛନ୍ତି। ପ୍ରିୟଙ୍କାଙ୍କ ପାଇଁ ନିକ୍ ହିନ୍ଦୀ ଗୀତ ଗାଇବେ। ସେ ନିଜ ଟ୍ରୃପ୍ ସହ ୪୫ମିନିଟର ପ୍ରସ୍ତୁତି ଦେବେ । ନଭେମ୍ବର ୩୦ତାରିଖରେ ପ୍ରିୟଙ୍କା ଏବଂ ନିକ୍ ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟମାନଙ୍କ ପାଇଁ  କକଟେଲ୍ ପାର୍ଟିର ଆୟୋଜନ କରିବେ। ଡିସେମ୍ବର ୧ତାରିଖରେ ତାଙ୍କ ହଳଦୀ ଉତ୍ସବ ଆୟୋଜିତ ହେବ। ସେମାନେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ୍ ରୀତିନୀତି ଅନୁସାରେ ବିବାହ କରିବେ। ଡିସେମ୍ବର ୨ତାରିଖରେ ହିନ୍ଦୁ ରୀତିରେ ଏବଂ ଡିସେମ୍ବର ୩ତାରିଖରେ ଖ୍ରୀଷ୍ଟିୟାନ୍ ରୀତିରେ ବିବାହ ହେବ। ହିନ୍ଦୁ ରୀତି ବିବାହରେ ପ୍ରିୟଙ୍କା ଡିଜାଇନର ଅବୁ ଜାନୀ ଏବଂ ସନ୍ଦୀପ ଖୋସଲାଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପିନ୍ଧିବେ। ସେହିପରି ଖ୍ରୀଷ୍ଟିୟାନ୍ ରୀତିରେ ରାଲ୍ଫ ଲୈାରେନଙ୍କ ଦ୍ବାରା ପ୍ରସ୍ତୁତ ଆଉଟଫିଟରେ ନଜର ଆସିବେ। ଗୋଟିଏ ରିସେପ୍ସନ୍ ଦିଲ୍ଲୀରେ ହେବ। ବିବାହର କିଛି ଦିନ ପରେ ରିସେପସନ୍ ହେବ। ଦ୍ବିତୀୟ ରିସେପସନ୍ ବଲିଉଡ ବନ୍ଧୁଙ୍କ ପାଇଁ ଆୟୋଜିତ ହେବ। ଏଥିପାଇଁ ନିର୍ଦ୍ଦିଷ୍ଟ ଦିନ ଓ ତାରିଖ ଧାର୍ଯ୍ୟ ହୋଇନାହିଁ। ଦୀପବୀରଙ୍କ ପରି ପ୍ରିୟଙ୍କାଙ୍କ ବିବାହର ଫଟୋ ଦେଖିବା ପାଇଁ ମଧ୍ୟ ଫ୍ୟାନମାନଙ୍କୁ  ଅପେକ୍ଷା କରିବାକୁ ପଡ଼ିବ। ବିବାହରେ କଡ଼ା ସୁରକ୍ଷା ମଧ୍ୟରେ କେହି ଫଟୋ କ୍ଲିକ୍ କରିପାରିବେ ନାହିଁ। ଏହା ବ୍ୟତୀତ ପ୍ରିୟଙ୍କା ଓ ନିକ୍ ଉମୈଦ ଭବନକୁ ହେଲିକପ୍ଟରରେ ପହଞ୍ଚିବେ। ଏଥିପାଇଁ କାହାକୁ ଫଟୋ କ୍ଲିକ୍ କରିବାର ସୁଯୋଗ ମିଳିପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.