Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଜୋ ବିଡେନଙ୍କୁ ତୁରନ୍ତ ଭ୍ୟାକ୍ସିନ୍ ପଠାଇବାକୁ ନିବେଦନ କଲେ ପ୍ରିୟଙ୍କା ଚୋପ୍ରା, କହିଲେ,‘ମୋ ଦେଶର ଅବସ୍ଥା ଅତ୍ୟନ୍ତ ଖରାପ’

27/04/2021 at 12:07 PM

ନୂଆଦିଲ୍ଲୀ ୨୭/୦୪: ଭାରତରେ କରୋନା ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ନେଇ ପ୍ରିୟଙ୍କା ଚୋପ୍ରା ଚିନ୍ତାପ୍ରକାଶ କରିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଟ୍ୟାଗ କରି ମେସେଜ୍ ଲେଖିଛନ୍ତି । ସେ ତାଙ୍କ ଦେଶର ଅବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଜୋଙ୍କୁ ନିବେଦନ କରିଛନ୍ତି ଯେ ସେ ତୁରନ୍ତ ଭାରତକୁ ଟିକା ଦେଇ ପାରିବେ କି? ତେବେ ପ୍ରିୟଙ୍କାଙ୍କ ଟ୍ୱିଟରେ କିଛି ଲୋକ ଉତ୍ତର ଦେଇଛନ୍ତି ଯେ ତାଙ୍କୁ ପୂର୍ବରୁ ଏହି ଟୁଇଟ୍ କରିବା ଉଚିତ୍ ଥିଲା ।

ପ୍ରିୟଙ୍କା ଚୋପ୍ରା ଟ୍ୱିଟ୍ କରିଛନ୍ତି, ମୋର ହୃଦୟ ଭାଙ୍ଗି ଯାଉଛି । ଭାରତ କୋଭିଡ ୧୯ରେ ଯନ୍ତ୍ରଣା ଭୋଗୁଛି ଏବଂ ଆମେରିକା ଆବଶ୍ୟକତା ଅନୁଯାୟୀ ୫୫୦ ନିୟୁତ ଭ୍ୟାକ୍ସିନର ଅର୍ଡର କରିଛି ।  ପ୍ରିୟଙ୍କା ଆମେରିକାର ରାଷ୍ଟ୍ରପତି, ହ୍ୱାଇଟ ହାଉସର ମୁଖ୍ୟଙ୍କ ସହ ଅନେକ ଲୋକଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଆଷ୍ଟ୍ରାଜେନେକା ସମଗ୍ର ବିଶ୍ୱ ସହ ସେୟାର କରିଥିବାରୁ ଧନ୍ୟବାଦ କିନ୍ତୁ ମୋ ଦେଶର ଅବସ୍ଥା ଅତ୍ୟନ୍ତ ଖରାପ । ଆପଣ ତୁରନ୍ତ ଭାରତକୁ ଭ୍ୟାକ୍ସିନ୍ ଦେଇ ପାରିବେ କି?

comments

ତେବେ ଅନେକ ଲୋକ ପ୍ରିୟଙ୍କାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ସେ ବିଳମ୍ବ କରିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ଯେ ସେ ଅତି କମରେ ୨ ସପ୍ତାହ ପୂର୍ବରୁ ଏହାକୁ ଟୁଇଟ୍ କରିବା ଉଚିତ୍ ଥିଲା । ଏଥି ସହିତ, ଅନ୍ୟ ଜଣେ ଲେଖିଛନ୍ତି ଯେ ୟୁଏସ୍  ର’ ସାମଗ୍ରୀ ଯୋଗାଣ ପାଇଁ ପ୍ରସ୍ତୁତ ହୋଇସାରିଛି । ଏଥି ସହିତ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ଅନେକ ଲୋକ ପ୍ରଶଂସା କରିଛନ୍ତି ।

   Related Posts