Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଭାରତ ମୋ ଘର, କରୋନା ଯନ୍ତ୍ରଣାରେ ଝରୁଛି ରକ୍ତ’, ଏମିତି କହି କରୋନା ସହାୟତା ପାଣ୍ଠି ସଂଗ୍ରହ ପାଇଁ ଇନଷ୍ଟା ଫଲୋୟର୍ସଙ୍କୁ କଲେ ନିବେଦନ

29/04/2021 at 3:20 PM

ନୂଆଦିଲ୍ଲୀ,୨୯/୦୪:  ଦେଶରେ ଅକ୍ସିଜେନର ଅଭାବ । ଆଇସିୟୁରେ ବେଡ୍ ନାହିଁ । ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି । ଭାରତକୁ ଏ ସଙ୍କଟରୁ ଉଦ୍ଧାର କରିବା ପାଇଁ ଆଗକୁ ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ବୁଧବାର ଇନଷ୍ଟାଗ୍ରାମରେ ଫଣ୍ଡ୍ ଏକାଠି କରିବା ନେଇ ଅନୁରୋଧ କରିଛନ୍ତି ।

ପ୍ରିୟଙ୍କା ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଭାରତ ବହୁତ କିଛି ଆବଶ୍ୟକ କରୁଛି । ସେ ଲଣ୍ଡନରେ ଅଛନ୍ତି । କିନ୍ତୁ ତାଙ୍କ ବନ୍ଧୁ ଓ ପରିବାର ଲୋକେ ଭାରତର ଅବସ୍ଥା ବାବଦରେ ତାଙ୍କୁ କହୁଛନ୍ତି । ହସ୍ପିଟାଲରେ ବେଡ୍ ନାହିଁ, ଆଇସିୟୁରେ ବେଡ୍ ନାହିଁ, ଆମ୍ବୁଲାନ୍ସ ବି ବହୁତ ବ୍ୟସ୍ତ ରହୁଛି , ଏପରିକି ମଶାଣିରେ ମଧ୍ୟ ଶବଦାହ ପାଇଁ ସ୍ଥାନର ଅଭାବ ଦେଖାଦେଇଛି । ଭାରତ ହେଉଛି ତାଙ୍କର ଘର । ଏବେ ଦେଶ ଯନ୍ତ୍ରଣାରେ କାନ୍ଦୁଛି ।

ସେ ଆହୁରି କହିଛନ୍ତି ଯେ, ଯେଉଁ ଯାଏଁ ସମସ୍ତେ ସୁରକ୍ଷିତ ହୋଇ ନାହାଁନ୍ତି ସେଯାଏ କେହି ବି ସୁରକ୍ଷିତ ନୁହେଁ । ଏହି ମହାମାରୀକୁ ରୋକିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ସମସ୍ତେ ଏକାଠି ଆଗକୁ ଆସିବା ଦରକାର । ଏହାର ମୁକାବିଲା ପାଇଁ କିଛି ଦାନ କରନ୍ତୁ । ଭାରତ ଆପଣଙ୍କ ସାହାଯ୍ୟ ଚାହୁଁଛି ।

ପ୍ରିୟଙ୍କାଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ତଥା ଗାୟକ ନିକ୍ ଜୋନ୍ସ ମଧ୍ୟ ଭାରତକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେ ମଧ୍ୟ ତାଙ୍କ ଫଲୋଅର୍ସଙ୍କୁ ଭାରତ ପାଇଁ କିଛି ଦାନ କରିବାକୁ ଅନୁରୋଧ କରିଛନ୍ତି । ଏହି ଭାଇରସକୁ ହରାଇବାର ସମୟ ଆସିଛି ବୋଲି ସେ କହିଛନ୍ତି ।  

   Related Posts