ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ସହ ନିକ୍ କଥା ହେଲାବେଳେ ଦେଖିଦେଲେ ପ୍ରିୟଙ୍କା, ତା ପରେ…

Published By : Prameya-News7 Bureau | March 15, 2019 IST

ମୁମ୍ୱାଇ୧୫|୩: ବିବାହ ପରେ ପ୍ରିୟଙ୍କା ଓ ନିକ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। ଏବେ କିଛି ଦିନ ପୂର୍ବରୁ ନିକ୍‌ ନିଜ ସ୍ତ୍ରୀ ପ୍ରିୟଙ୍କାଙ୍କୁ ମର୍ସିଡିଜ କାର ଗିଫ୍ଟ କରିଛନ୍ତି। ଏହି କାରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି କାରର ମୂଲ୍ୟ ୨.୫ କୋଟି ଟଙ୍କା। ଏବେ ନିକ୍‌ ତାଙ୍କ ପୂର୍ବ ପ୍ରେମିକା ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକ୍‌ଙ୍କୁ ତାଙ୍କ ପୂର୍ବ ପ୍ରେମିକା ମାଇଲୀ ଶାଇରସଙ୍କ ସହ ସ୍ପଟ କରାଯାଇଥିଲା। ଯେତେବେଳେ ପ୍ରିୟଙ୍କା ଚୋପଡାଙ୍କୁ ଏହି ବିଷୟରେ ଜଣା ପଡିଲା ସେ ଏମିତି ପ୍ରତିକ୍ରିୟା ହେଇଥିଲେ ଯାହା ଦେଖି ମାଇଲୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।  

{"id":93921,"width":600,"height":532}

ଶୁଣିବାରୁ ଏମିତି ଲାଗୁଛି ଯେମିତି ପ୍ରିୟଙ୍କା ଅତ୍ୟନ୍ତ ରାଗିଥିବେ। କିନ୍ତୁ ଏମିତି କିଛି ହୋଇନଥିଲା। ପ୍ରକୃତରେ ମାଇଲୀଙ୍କର ତାଙ୍କ ଭଉଣୀ ସହ ଏକ ପୁରୁଣା ଫଟୋ ମେସେଜ କରିଥିଲେ। ଏହି ଫଟୋରେ ମାଇଲୀ ନିକ୍ ବ୍ରଦର୍‌ସର ଟି-ସାର୍ଟ ପିନ୍ଧିଥିଲେ। ଏହି ଫଟୋରେ ନିକ୍‌ କମେଣ୍ଟ ମଧ୍ୟ ଦେଇଥିଲେ। ସେ ମାଇଲୀଙ୍କୁ କହିଥିଲେ ଯେ, ଫଟୋରେ ସେ ବହୁତ ହଟ୍‌ ଲାଗୁଛନ୍ତି। ତେବେ ମଜା ମସ୍ତୀରେ ମାଇଲୀ ଏହି ବ୍ୟକ୍ତିଗତ ଚାଟ୍‌ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଚାଟ ସେୟାର ହେଲା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

{"id":93922,"width":593,"height":333}

ଏହି ସ୍କ୍ରିନସଟ୍ ପ୍ରିୟଙ୍କା ମଧ୍ୟ ଦେଖିଥିଲେ। ତେବେ ଏହି ଫଟୋ ଦେଖି ଦେଶି ଗର୍ଲ ରାଗିବେ ବୋଲି ସମସ୍ତେ ଭାବିଥିଲେ କିନ୍ତୁ ଏହା ହୋଇନଥିଲା।  ପ୍ରିୟଙ୍କା ଏହି ଫଟୋରେ କମେଣ୍ଟ କରିଥିଲେ ଯେ, “ହା ହା ହା…. ହବି ୟେ ସହି ହୈ” । ସେ ଏହା ମଧ୍ୟ ଲେଖିଥିଲେ ଯେ ପ୍ରକୃତରେ ଫଟୋରେ ମାଇଲୀ ବହୁତ ହଟ୍‌ ଲାଗୁଛନ୍ତି। ପ୍ରିୟଙ୍କାଙ୍କର ଏହି କମେଣ୍ଟରୁ ଅନେକ ଆଚମ୍ୱିତ ହୋଇଥିଲେ। କିନ୍ତୁ ଦେଶି ଗର୍ଲ ଜାଣିଛନ୍ତି କେଉଁଠି କଣ କହିବା ଉଚିତ୍‌।  ରିପୋର୍ଟ ଅନୁସାରେ ନିଜ ସ୍ୱାମୀଙ୍କ ପୂର୍ବ ପ୍ରେମିକା ମାଇଲୀ ଓ ପ୍ରିୟଙ୍କାଙ୍କ ସଂପର୍କ ଖୁବ୍‌ ଭଲ।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.