ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ
  • ||
  • ଦେଶରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୩୬୪ କରୋନା ପଜିଟିଭ୍
  • ||
  • ମୋହନା : ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍
  • ||
  • ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?
  • ||
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ପ୍ରଥମ ଥର ପାଇଁ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନ୍ସ ସର୍ବସାଧାରଣରେ କଲେ ‘କିସ୍’ ; ଜାଣନ୍ତୁ କେବେ ଏବଂ କେଉଁଠି

19/09/2018 at 5:30 PM

ଲସ୍ ଆଞ୍ଜେଲସ୍ ୧୯|୯: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ଭାବି ସ୍ବାମୀ ନିକ୍ ଜୋନ୍ସ ସର୍ବସାଧାରଣରେ ପ୍ରଥମଥର ପାଇଁ କିସ୍ କରିଛନ୍ତି । ନିକ୍ ଜୋନ୍ସଙ୍କ ଜନ୍ମଦିନରେ ଉଭୟ ଷ୍ଟାଡିୟମରେ ଭରପୁର ଦର୍ଶକଙ୍କ ଆଗରେ କିସ୍ କରିଛନ୍ତି । ନିକ୍ ଜୋନ୍ସଙ୍କ ୨୬ତମ ଜନ୍ମଦିନରେ ଲସ୍ ଆଞ୍ଜେଲସ୍ ସ୍ଥିତ ଷ୍ଟାଡିୟମରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା ।
ମୁମ୍ବାଇଠାରୁ ଆରମ୍ଭ କରି ମେକ୍ସିକୋ, ସିଙ୍ଗାପୁରରେ ଉଭୟ ପ୍ରେମୀ ଘୁରିବୁଲୁଥିବାବେଳେ ଏବେ ଲସ୍ ଆଞ୍ଜେଲେସରେ ଅଛନ୍ତି । ସେଠାରେ ନିକ୍ ତାଙ୍କ ଜନ୍ମଦିନ ପାଳିଛନ୍ତି ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସହ । ପ୍ରିୟଙ୍କା ଏବଂ ନିକ୍‌ଙ୍କ ଫଟୋରୁ ଲାଗୁଛି ସେମାନେ ତାଙ୍କ ଭଲପାଇବାକୁ ଆହୁରି ଆଗକୁ ବଢାଉଛନ୍ତି ।

ଲସ୍ ଆଞ୍ଜେଲ ସ୍ଥିତ ଏନାହାମ ଷ୍ଟାଡିୟମ୍ ରେ ଉଭୟ ପ୍ରେମୀ ଷ୍ଟେଜ୍ ରେ କିସ୍ କରିଥିଲେ । ସେଠାରେ ହଜାର ହଜାର ପ୍ରସଂସକ ସେମାନଙ୍କୁ ଘେରି ରହିଥିଲେ । ପ୍ରିୟଙ୍କା ଏକ ଉଜ୍ଜଳ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ । ନିକ୍ ବ୍ଲୁ ରଙ୍ଗର କାଜୁଆଲ୍ ପିନ୍ଧିଥିଲେ । ନିକ୍‌ଙ୍କ ଭାଇ ଜୋ ଜୋନ୍ସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପ୍ରିୟଙ୍କା ଏହି ଅବସରରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ ଏବଂ କ୍ୟାପସନ୍ ଦେଇଥିଲେ ‘ବର୍ଥଡେ ହ୍ୟାଙ୍ଗ’ । ଏହି ଫଟୋରେ ନିକ୍ ଏବଂ ପ୍ରିୟଙ୍କାଙ୍କୁ କିଛି ବନ୍ଧୁ ଘେରି ରହିଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା ଏବଂ ନିକ୍ ଉଭୟ ଭଲ ଆଉଟଫିଟ୍ ରେ ଦେଖାଯାଇଥିଲେ । ଆଉ ଏକ ଫଟୋ ପ୍ରିୟଙ୍କା ସେୟାର କରିଥିଲେ ନିକ୍ ଜୋନ୍ସଙ୍କର ଯେଉଁଥିରେ କ୍ୟାପସନ୍ ଦେଇଥିଲେ ‘ବାର୍ଥଡେ ଓ୍ବିକେଣ୍ଡ ବିଗିନ୍‌ସ’ ।

ପ୍ରିୟଙ୍କା ଏବଂ ନିକ୍ କେବେହେଲେ ଲାଜ କରନ୍ତି ନାହିଁ ନିଜ ଭଲପାଇବା ଦେଖାଇବା ପାଇଁ । କିଛି ଦିନ ପୂର୍ବେ ଉଭୟଙ୍କୁ ନିଜର ବନ୍ଧୁ ହଲିଉଡ୍ ନିର୍ଦ୍ଦେଶକ ବ୍ରାୟନ ଗ୍ରାଜର ଏବଂ ତାଙ୍କ ସ୍ତ୍ରୀ ବେରୋନିକା ସ୍ମାଇଲି ଗ୍ରାଜର, ପ୍ରିୟଙ୍କାଙ୍କ ମ୍ୟାନେଜର ଅଞ୍ଜୁଲା ଆଚାରିଆଙ୍କ ସହ ନୋବୁ ରେଷ୍ଟୁରାଣ୍ଟରେ ରାତ୍ରିଭୋଜନରେ ଦେଖିବାକୁ ମିଳିଥିଲା ।

   Related Posts