ସାଇବର ଅପରାଧୀଙ୍କ ଟାର୍ଗେଟରେ ପ୍ରିୟଙ୍କା ଓ ସେଲିବ୍ରିଟି, ମାଗିଲେ ୩୧୭ କୋଟି ଟଙ୍କା,ନଚେତ୍ ଖୋଲିଦେବେ ସବୁ ଗୁମର

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫/୫: ବିଶ୍ବବ୍ୟାପି ଗୋଟିଏ ପଟେ କରୋନା ଭାଇରସ୍ ତାଣ୍ଡବ କରୁଥିବାବେଳେ ଅନ୍ୟ ପଟେ ସାଇବର ଅପରାଧିମାନେ ନିଜର ଉପଦ୍ରବ ମଚାଇବା ଆରମ୍ଭ କରିଛନ୍ତି। ହ୍ୟାକର୍ସ ସୁଯୋଗର ଫାଇଦା ଉଠାଇ ଆନ୍ତର୍ଜାତୀୟ କମ୍ପାନୀ ଉପରେ ଆକ୍ରମଣ କରୁଛନ୍ତି ଏବଂ ମୋଟା ରକମ ମାଗୁଛନ୍ତି। ଏପରି ଏକ ମାମଲାରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଫସିଯାଇଛନ୍ତି।

ହ୍ୟାକର୍ସଙ୍କ ଏକ ଦଳ ନ୍ୟୁୟର୍କ ସ୍ଥିତ ଏଣ୍ଟରଟେନ୍ ଲ Grubman Shire Meiselas And Sacks ର ଓ୍ବେବସାଇଟ୍ ହ୍ୟାକ୍ କରି ନେଇଛନ୍ତି ଏବଂ ଧମକ ଦେଇଛନ୍ତି ଯେ ଯଦି ଗୋଟିଏ ସପ୍ତାହ ମଧ୍ୟରେ ତାଙ୍କୁ ୪୨ମିଲିୟନ୍ ଡଲାର ଅର୍ଥାତ୍ ୩୧୭କୋଟି ଟଙ୍କା ନ ଦେଲେ ତ ଏହି ସେଲିବ୍ରିଟିଙ୍କ ବ୍ୟକ୍ତିଗତ ତଥ୍ୟ ଇଣ୍ଟରନେଟରେ ଲିକ୍ କରିଦେବେ। ହ୍ୟାକର୍ସ ମେ ୧୨ତାରିଖରେ ୨୧ମିଲିୟନ୍ ଡଲାର ଟଙ୍କା ମାଗିଥିଲେ,କିନ୍ତୁ ମେ ୧୪ତାରିଖରେ ଟଙ୍କା ଦୁଇଗୁଣା ମାଗିଥିଲେ। ଲା ଫର୍ମ ଟଙ୍କା ଦେବାକୁ ମନା କରିଛି। ଆମେରିକାନ୍ ଯାଞ୍ଚ ଏଜେନ୍ସି ଏଫବିଆଇ ଏହାର ତଦନ୍ତରେ ଜୁଟିଛି।

ହ୍ୟାକର୍ସ ଏହି ଫର୍ମରୁ ୭୫୬ଜିବି ଡାଟା ଚୋରି କରିଛନ୍ତି,ଯେଉଁଥିରେ କଣ୍ଟ୍ରାକ୍ଟ,ଗୁପ୍ତ ଆଗ୍ରିମେଣ୍ଟସ୍,ଫୋନ୍ ନମ୍ବର ଏବଂ ଇମେଲ୍ ଆଡ୍ରେସେଜ ରହିଛି। ଏହା ସହିତ କିଛି ବ୍ୟକ୍ତିଗତ ପତ୍ର-ବ୍ୟବହାର ବି ହ୍ୟାକର୍ସଙ୍କ ପାଖରେ ରହିଛି।

ଏହି ହ୍ୟାକିଂ ଗ୍ରୃପର ନାଁ REvil ଅର୍ଥାତ୍ Sodinokibi। ଲା ଫର୍ମ ତରଫରୁ କୌଣସି କମେଣ୍ଟ ଜାରି କରାଯାଇନାହିଁ। ତାଙ୍କ ଓ୍ବେବସାଇଟ୍ ଅଫଲାଇନ୍ ହୋଇଯାଇଛି। ଖୋଲିଲେ କେବଳ ଏହାର ଲୋଗୋ ଦେଖାଯାଉଛି।

ପ୍ରିୟଙ୍କା ଚୋପ୍ରା ସମେତ ଅନେକ ଆନ୍ତର୍ଜାତୀୟ ସେଲିବ୍ରିଟି ଏହି ଅଡ଼ୁଆରେ ଫସି ଯାଇଛନ୍ତି। ହ୍ୟାକର୍ସଙ୍କ ଦାବି ରହିଛି ଯେ ତାଙ୍କ ପାଖରେ ପ୍ରିୟଙ୍କା ଚୋପ୍ରା ଜୋନାସ୍,ଲେଡି ଗାଗା,ମାଡୋନା,ନିକି ମିନାଜ,ବ୍ରୃସ୍ ସ୍ପ୍ରିଗଷ୍ଟିନ୍,ଜେସିକା ସିମ୍ପସନ୍,ଇଡି ମେନଜେଲ୍,କ୍ରିଷ୍ଟିନା ଏଗିଲେରା,ମାରାୟା କ୍ୟାରି,ମୈରି ଜେ ବ୍ଲିଜ୍,ଏଲା ମାଇ,କ୍ୟେମ୍ ନ୍ୟୁଟର,ବେଟର ମିଡଲର,ରନ୍ ଡିଏମସି ଏବଂ ଫେସବୁକର ବ୍ୟକ୍ତିଗତ ସୂଚନା ରହିଛି।

ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାରେ ଅଛନ୍ତି ଏବଂ ସେଲ୍ଫ ଆଇସୋଲେସନରେ ସମୟ ବିତାଉଛନ୍ତି। ୩ଦିନ ତଳେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ,ଯେଉଁଥିରେ ସେ କହିଥିଲେ ଯେ ୨ମାସ ମଧ୍ୟରେ ପ୍ରଥମ ଥର ସେ ବାହାରକୁ ବାହାରିଛନ୍ତି।

ଏହି ସେଲିବ୍ରିଟିଙ୍କ ବ୍ୟତୀତ ଏହି ଫର୍ମର ଲିଷ୍ଟରେ ଡିସ୍କଭରି,ଇଏମଆଇ ମ୍ୟୁଜିକ୍ ଗ୍ରୃପ୍,ଫେସବୁକ୍,ଏଚବିଓ,ଆଇମ୍ୟାକ୍ସ,ଏମଟିଭି,ଏନବିଏ ଏଣ୍ଟରଟେନମେଣ୍ଟ,ପ୍ଲେବୟ ଏଣ୍ଟରପ୍ରାଇଜେସ୍,ସ୍ୟାମସଙ୍ଗ୍ ଇଲେକ୍ଟୋନିକ୍ସ,ସୋନି କାର୍ପ,ସ୍ପଟିଫାଇ,ଟ୍ରାଇବେକା ଫିଲ୍ମ ଫେଷ୍ଟିଭାଲ୍,ୟୁନିଭର୍ସାଲ୍ ମ୍ୟୁଜିକ୍ ଗ୍ରୃପ୍ ଏବଂ ଭୟେସ୍ ମିଡିଆ ଗ୍ରୃପ୍ ସମେତ ଅନେକ ବଡ଼ କମ୍ପାନୀ ସାମିଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.