Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଖୁବ୍ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ ନିକ୍ ଜୋନାସ୍, ଇଣ୍ଡଷ୍ଟ୍ରିକୁ ପ୍ରଶଂସା କରି କହିଲେ ଏମିତି

2/12/2021 at 8:30 AM

ନୂଆଦିଲ୍ଲୀ ୦୨/୧୧: ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ଖୁବ୍ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ। ନିକ ବଲିଉଡକୁ ଏକ ଚମତ୍କାର ଫିଲ୍ମ ଇଣ୍ଡଷ୍ଟ୍ରି ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ବଲିଉଡର ଡେବ୍ୟୁ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।

ନିକ୍ ତାଙ୍କରଏକ ଇଣ୍ଟରଭ୍ୟୁରେ ବଲିଉଡ ଫିଲ୍ମର ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଏହାର ଫିଲ୍ମଗୁଡ଼ିକ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ଏକ ଭଲ ରୋଲ୍ ଅଫର୍ ମିଳେ ତେବେ ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। କେବଳ ଏତିକି ନୁହେଁ ସେ ହିନ୍ଦୀ ଗୀତର ଖୁବ୍ ପ୍ରଶଂସା କରିବା ସହ ନିଜ ଘରୋଇ ପାର୍ଟୀରେ କେବଳ ହିନ୍ଦୀ ଗୀତ ବଜାନ୍ତି ବୋଲି କହିଛନ୍ତି।

ନିକ ଆହୁରି କହିଛନ୍ତି, ‘ମୁଁ ବଲିଉଡ ଫିଲ୍ମକୁ ଭଲ ପାଏ। ମୁଁ ମୋ ପତ୍ନୀଙ୍କ ସହ ରହି ଗତ କିଛି ବର୍ଷ ମଧ୍ୟରେ ବଲିଉଡର ନିକଟତର ହୋଇଛି। ମୋତେ ଇଣ୍ଡଷ୍ଟ୍ରିରୁ ବହୁତ ବନ୍ଧୁ ମିଳିଛନ୍ତି ଏବଂ ମୁଁ ଭାବୁଛି ଏହା ଏକ ଚମତ୍କାର ଇଣ୍ଡଷ୍ଟ୍ରି। ସେମାନେ କରୁଥିବା କାର୍ଯ୍ୟ ଅତ୍ୟନ୍ତ ପ୍ରେରଣାଦାୟକ ଏବଂ ଯଦି କିଛି ଭଲ ଜିନିଷ ବାହାରକୁ ଆସେ, ତେବେ ମୁଁ ତାହା କରିବାକୁ ପ୍ରସ୍ତୁତ।

   Related Posts