ଲକ୍ ଡାଉନ୍ ନିୟମ ଭାଙ୍ଗି ଫସିଲେ ପ୍ରିୟଙ୍କା : ମା’ ଓ କୁକୁର ସହ ଯାଇଥିଲେ ସାଲୁନ୍, ପହଞ୍ଚିଗଲା ପୋଲିସ

Published By : Prameya-News7 Bureau | January 08, 2021 IST

ମୁମ୍ବାଇ ୮।୧: ସ୍ବାମୀ ନିକ୍ ଜୋନାସଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ରହୁଛନ୍ତି । କରୋନା ଲକ୍ ଡାଉନ୍ ଯୋଗୁଁ ପ୍ରିୟଙ୍କା ଲଣ୍ଡନରେ ଫସିଛନ୍ତି । ସେ ୟୁକେ ଲକ୍ ଡାଉନ୍ ନିୟମ ଉଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ବୁଧବାର ଦିନ ଲକ୍ ଡାଉନ୍ ନିୟମ ଉଲଂଘନ କରି ତାଙ୍କ ମା’ ଡ. ମଧୁ ଚୋପ୍ରା ଏବଂ କୁକୁର ଡାଇନାଙ୍କ ସହ ସାଲୁନରେ ପହଞ୍ଚିଥିଲେ ପ୍ରିୟଙ୍କା । ଲଣ୍ଡନରେ ଫେବୃଆରୀ ମାସ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଛି ।

ଏକ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଚୋପ୍ରା ଜାନୁଆରୀ ୬ ତାରିଖ ଅର୍ଥାତ୍ ବୁଧବାର ଦିନ ଅପରାହ୍ନ ୪ଟା ୫୫ ମିନିଟ୍‌ରେ ସେଲିବ୍ରିଟି ଷ୍ଟାଇଲିଷ୍ଟ ଜୋଶ ବୁଡ୍‌ଙ୍କ 'ଜୋଶ ବୁଡ୍ କେ ଷ୍ଟାଇଲିଶ ସାଲୁନ୍‌'ରେ ପହଞ୍ଚିଥିଲେ । ସେଲିବ୍ରିଟି ଷ୍ଟାଇଲିଷ୍ଟ ଜୋଶ୍ ବୁଡ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏକଥା ପୋଲିସ ଜାଣିବା ପରେ ସାଲୁନ୍‌ରେ ପହଞ୍ଚି ଉଭୟଙ୍କୁ ତାଗିଦ କରିଥିଲା । ନିୟମ ଉଲଂଘନ ପାଇଁ ଉଭୟଙ୍କୁ କୌଣସି ଜରିମନା ଦେବାକୁ ପଡିନାହିଁ ବୋଲି ଜଣାପଡିଛି ।

Metro.co.ukର ରିପୋର୍ଟ  ଅନୁସାରେ ପୋଲିସ କହିଛି ଯେ, ସନ୍ଧ୍ୟା ୪ଟା ୪୦ମିନିଟ୍‌ରେ ଏନେଇ ଖବର ମିଳିଥିଲା । ଏହାପରେ ପୋଲିସ ସାଲୁନ୍‌ରେ ପହଞ୍ଚି ଉଭୟଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ତାଗିଦ କରିଥିଲା । ଉଭୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ କି ଜରିମନା ମଧ୍ୟ ଲଗାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.