ନିର୍ବନ୍ଧ ପରେ ପ୍ରିୟଙ୍କାଙ୍କ ଗୋଡ ଆଉ ତଳେ ଲାଗୁନି : ଘୂରିବୁଲୁଛନ୍ତି ନିକ୍‌ଙ୍କ ସ୍ବପ୍ନ ଦୁନିଆରେ, ଫଟୋ ହେଉଛି ଭାଇରାଲ...

Published By : Prameya-News7 Bureau | September 08, 2018 IST

ମୁମ୍ବାଇ ୮|୯: ନିର୍ବନ୍ଧ ପରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଭାବି ସ୍ବାମୀ ନିକ୍ ଜୋନ୍ସଙ୍କ ସହ ଭଲ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି। ମେକ୍ସିକୋରେ ଛୁଟି କଟାଇ ଫେରିବା ପରେ ତାଙ୍କୁ ଏବେ ୟୁଏସ ଓପନରେ ନିକ୍‌ଙ୍କ ସହ ମ୍ୟାଚ୍ ର ମଜା ନେଉଥିବାର ଦେଖିବାକୁ ମିଳିଛି । ଫଟୋଗୁଡିକରୁ ଜଣାପଡୁଛି ଯେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ମଧ୍ୟରେ ଭଲ କେମିଷ୍ଟ୍ରି ରହିଛି । ପ୍ରିୟଙ୍କା ଗତ ଅଗଷ୍ଟ ୧୮ତାରିଖରେ ନିକ୍‌ଙ୍କ ସହ ଭାରତୀୟ ପରମ୍ପରା ଅନୁଯାୟୀ ନିର୍ବନ୍ଧ କରିସାରିଛନ୍ତି । ନିର୍ବନ୍ଧ ସହ ସେମାନଙ୍କର ରୋକା ମଧ୍ୟ ସରିଛି । ଫଳରେ ଏହି ପ୍ରେମୀଯୁଗଳଙ୍କ ସଂପର୍କ ସ୍ବୀକୃତିପ୍ରାପ୍ତ ହୋଇଯାଇଛି । ପ୍ରିୟଙ୍କା ନିଜର ସମସ୍ତ କାମ ଶେଷ କରି ବର୍ତ୍ତମାନ ଆମେରିକାରେ ଅଛନ୍ତି । ସେଠାରେ ସେ ନିକ୍‌ଙ୍କ ସହ ବୁଲାବୁଲି କରୁଥିବାର ଦେଖିବାକୁ ମିଳୁଛି । ୟୁଏସ ଓପନର ମ୍ୟାଚ୍ ଦେଖିବା ସମୟର ଏକ ଫଟୋ ପ୍ରିୟଙ୍କା ଏବଂ ନିକ୍ ଉଭୟ ଶେୟାର କରିଛନ୍ତି । ଯେଉଁ ଫଟୋରେ ଦେଖିବାକୁ ମିଳିଛି ସେମାନେ ସାଧାରଣ ଦର୍ଶକଙ୍କ ଭଳି ବସି ମ୍ୟାଚ୍ ଉପଭୋଗ କରୁଛନ୍ତି । ନିକ୍‌ଙ୍କ ଭାଇ ଜୋ ଜୋନ୍ସଙ୍କୁ ମଧ୍ୟ ଏହି ଫଟୋରେ ଦେଖିବାକୁ ମିଳିଛି । ଏହି ଫଟୋକୁ ପ୍ରିୟଙ୍କା ତାଙ୍କ ମା ମଧୁ ଚୋପ୍ରାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ପ୍ରିୟଙ୍କା ଏବଂ ନିକ୍ ଏହା ପୂର୍ବରୁ ଛୁଟି କଟାଇବା ପାଇଁ ମେକ୍ସିକୋ ଯାଇଥିଲେ । ନିର୍ବନ୍ଧ ପରେ ପ୍ରିୟଙ୍କାଙ୍କର ନିକ୍‌ଙ୍କ ସହ ଏହା ପ୍ରଥମ ଅଫିସିଆଲ ଭାକେସନ ଥିଲା । ସୋସିଆଲ ମିଡିଆରେ ଏହି ଛୁଟିର ଯେଉଁ ଫଟୋ ଦିଆଯାଇଛି ତାହା ମେକ୍ସିକୋର କାବୋ ସନ ଲୁକାସର ଥିଲା । କାବୋ ସନ ଲୁକାସ ଏକ ରିସୋର୍ଟ ସିଟି, ଯାହାକି ମେକ୍ସିକୋ କାର୍ଲିଫର୍ଣ୍ଣିଆ ଦ୍ବୀପର ଦକ୍ଷିଣ ଭାଗରେ ଅବସ୍ଥିତ । ଏହି ସ୍ଥାନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ବହୁତ ଲୋକପ୍ରିୟ । ପ୍ରିୟଙ୍କା ନିକ୍‌ଙ୍କ ସହ ସେଠାକୁ ଯାଇଥିଲେ । ଫଟୋରେ ପ୍ରିୟଙ୍କାଙ୍କୁ ଦେଖି ଲାଗୁଛି ସେ ନିକ୍‌ଙ୍କ ସହ ବହୁତ ଖୁସି ଅଛନ୍ତି । ପ୍ରିୟଙ୍କା ଏବଂ ନିକ୍‌ଙ୍କ ମଧ୍ୟରେ ସଂପର୍କ ଥିବା କଥା ସର୍ବପ୍ରଥମେ ହଲିଉଡ ମିଡିଆରେ ପ୍ରଚାର ହୋଇ ଗତ ମେ ମାସରେ ବଲିଉଡ୍ ପର୍ଯ୍ୟନ୍ତ ପହଞ୍ଚି ଥିଲା । ସେଠାରେ ଉଭୟଙ୍କୁ ଗୋଟିଏ ଦୁଇଟି ଇଭେଣ୍ଟରେ ଦେଖିବାକୁ ମିଳିଥିଲା । ଏହି ସମୟରେ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ଜଣେ ବିଦେଶୀଙ୍କ ସହ ପ୍ରିୟଙ୍କାଙ୍କ ବିବାହର ସମ୍ଭାବନା ଥିବା କଥାକୁ ଅସ୍ବୀକାର କରିଥିଲେ । ପ୍ରିୟଙ୍କା ବର୍ତ୍ତମାନ ଫରହାନ ଅଖତରଙ୍କ ସହ ‘ସ୍କାଏ ଇଜ୍ ପିଙ୍କ୍’ ର ସିଡ୍ୟୁଲ ଶେଷ କରିଛନ୍ତି । ସେ କିଛି ଦିନ ପୂର୍ବରୁ ‘ଇଜ୍ ଇଣ୍ଟ ଇଟ୍’ ରୋମାଣ୍ଟିକ୍ ହଲିଉଡ୍ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ପ୍ରିୟଙ୍କା ସଲମାନ ଖାନ୍‌ଙ୍କ ସହ ଫିଲ୍ମ ‘ଭାରତ’ କରୁଥିଲେ । ମାତ୍ର ନିକ୍‌ଙ୍କ ସହ ନିର୍ବନ୍ଧ କାରଣରୁ ସେ ଫିଲ୍ମ ଛାଡିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.