ମିଆମିରେ ନିକ୍ ଜୋନସଙ୍କ ସହ ଛୁଟି କାଟୁଛନ୍ତି ପ୍ରିୟଙ୍କା : ଭାଇରାଲ ହେଲା ଫଟୋ

Published By : Prameya-News7 Bureau | March 26, 2019 IST

ମୁମ୍ବାଇ ୨୬/୩: ନିକଟରେ ପ୍ରିୟଙ୍କାଙ୍କୁ ମନୋରଞ୍ଜନ ଜଗତର ୫୦ଜଣ ଟପ୍ ମହିଳାଙ୍କ ମଧ୍ୟରେ ସାମିଲ କରାଯିବା ପରେ ସେ ଏବେ ପରିବାର ​‌ଲୋକଙ୍କ ସହ ମିଆମିରେ ଛୁଟି କାଟୁଛନ୍ତି। ଏହି ଭ୍ୟାକେସନର ଫଟୋ ଏବଂ ଭିଡିଓ ପ୍ରିୟଙ୍କା ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ସେ ନିକ୍ ଜୋନସଙ୍କ ସହ ସି ବିଚରେ ଏଞ୍ଜୋୟ କରୁଥିବାର ଦେଖିବାକୁ ମିଳିଛି।

{"id":97033,"width":593,"height":445}

ନିକଟରେ ଜୋନସ ବ୍ରଦର୍ସଙ୍କ ମ୍ୟୁଜିକ୍ ଭିଡିଓ ‘ସକର’ ମଧ୍ୟ ବିଲବୋର୍ଡ଼ ୧୦୦ଟି ଗୀତ ତାଲିକାରେ ପ୍ରଥମ ସ୍ଥାନରେ ପହଞ୍ଚି ସାରିଛି। ପ୍ରିୟଙ୍କା ନିଜର ସ୍ବାମୀଙ୍କ ସଫଳତାରେ ଅତ୍ୟନ୍ତ ଖୁସି ଅଛନ୍ତି। ଏହି ଭ୍ୟାକେସନରେ ମଧ୍ୟ ଜୋନସଙ୍କ ପରିବାର ‘ସକର’ ଗୀତରେ ଡ୍ୟାନସ୍ କରିଥିଲେ।

{"id":97034,"width":590,"height":443}

ଏହି ଭ୍ୟାକେସନରେ ନିକଙ୍କ ଭାଇ ଜୋ ଜୋନସ୍ ମଧ୍ୟ ତାଙ୍କ ଭାବୀ ପତ୍ନୀ ସୋଫି ଟର୍ଣ୍ଣରଙ୍କ ସହ ଅଛନ୍ତି।

{"id":97035,"width":591,"height":443}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.