ସୋସିଆଲ୍ ମିଡିଆରେ ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀଙ୍କୁ ଅଶ୍ଳୀଳ ଗାଳି କଲେ ଜୁନିୟର ଏନଟିଆରଙ୍କ ଫ୍ୟାନ୍ : ସାଇବର କ୍ରାଇମରେ ମାମଲା ରୁଜୁ

Published By : Prameya-News7 Bureau | June 03, 2020 IST

ମୁମ୍ବାଇ ୩/୬: ଅଭିନେତ୍ରୀ ମୀରା ଚୋପ୍ରା ଦକ୍ଷିଣ ଭାରତର ଅଭିନେତା ଜୁନିୟର ଏନଟିଆରଙ୍କ ଫ୍ୟାନ୍ ନୁହଁନ୍ତି କହିବା ପରଠୁ ଜୁନିୟର ଏନଟିଆରଙ୍କ ପ୍ରଶଂସକ ମୀରାଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି। ଟ୍ବିଟରରେ ଜଣେ ଫ୍ୟାନ୍ ଜୁନିୟର ଏନଟିଆରଙ୍କ ବିଷୟରେ କହିବାକୁ କହିଥିଲେ। ଉତ୍ତରରେ ମୀରା କହିଥିଲେ ଯେ ସେ ତାଙ୍କୁ ଜାଣନ୍ତି ନାହିଁ। ସେ ତାଙ୍କ ଫ୍ୟାନ୍ ନୁହେଁ। ମୀରା ଚୋପ୍ରା ପ୍ରିୟଙ୍କାଙ୍କ କଜିନ୍।

wp:core-embed/twitter {"url":"https://twitter.com/MeerraChopra/status/1267890529368526848","type":"rich","providerNameSlug":"twitter","className":""}
https://twitter.com/MeerraChopra/status/1267890529368526848
/wp:core-embed/twitter

ମୀରାଙ୍କ ଏହି କଥା ଜୁନିୟର ଏନଟିଆରଙ୍କ ପ୍ରଶଂସକଙ୍କୁ ପସନ୍ଦ ହେଲା ନାହିଁ। ସେବେଠାରୁ ସୋସିଆଲ ମିଡିଆରେ ମୀରାଙ୍କୁ ଜୀବନରେ ମାରି ଦେବାକୁ ଧମକ,ଅଶ୍ଳୀଳ ଗାଳି ମ୍ୟାସେଜ୍ ଆସୁଛି। ଏସବୁ ପାଇଁ ବିରକ୍ତ ହୋଇ ମୀରା ଚୋପ୍ରା ହାଇଦ୍ରାବାଦ ପୋଲିସ୍ ଏବଂ ସାଇବର ସେଲରେ ଜୁନିୟର ଏନଟିଆରଙ୍କ ପ୍ରଶଂସକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ମୀରା ଟ୍ରୋଲରଙ୍କ ଗାଳିଭରା ମ୍ୟାସେଜର ସ୍କ୍ରିନଶଟ୍ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି। ସାଇବର କ୍ରାଇମରେ ଅଭିଯୋଗ କରିବାର ସୂଚନା ମୀରା ଟ୍ବିଟରରେ ଦେଇଛନ୍ତି। ଏହା ସହିତ ଏହାକୁ ଜୁନିୟର ଏନଟିଆରଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ମୀରା ତାଙ୍କ ଫ୍ୟାନଙ୍କ ଆଚରଣ ପ୍ରତି ପ୍ରଶ୍ନ ମଧ୍ୟ କରିଛନ୍ତି।

{"id":280685,"sizeSlug":"large"}

ମୀରା ହାଇଦ୍ରାବାଦ ପୋଲିସ୍ ଏବଂ ସାଇବର କ୍ରାଇମକୁ ଗାଳି ଦେଇଥିବା ଏହି ଫ୍ୟାନକ୍ଲବକୁ ସସପେଣ୍ଡ କରିବାକୁ କହିଛନ୍ତି। ଟ୍ବିଟରରେ ମୀରା ଲେଖିଛନ୍ତି- ଯେଉଁମାନେ ତାଙ୍କୁ ସମର୍ଥନ କରିଛନ୍ତି ତାଙ୍କୁ ସେ କହିବାକୁ ଚାହିଁଛନ୍ତି ଯେ ସବୁ ଅଶ୍ଳୀଳ ମ୍ୟାସେଜ ଥିବା ଟ୍ବିଟ ବିରୋଧରେ ଅଭିଯୋଗ କରାଯାଇ ସାରିଛି।

{"id":280686,"width":590,"height":399,"sizeSlug":"large"}

ମୀରା ଅନ୍ୟ ଟ୍ବିଟରେ ଲେଖିଛନ୍ତି- ସେ ଜୁନିୟର ଏନଟିଆରଙ୍କ ବହୁତ ଇଜ୍ଜତ କରନ୍ତି। ତାଙ୍କୁ ଏହି ଟ୍ବିଟସ୍ ଟ୍ୟାଗ୍ କରିବାର କେବଳ ଏହା ଉଦ୍ଦେଶ୍ୟ ଯେ ସେମାନେ ନିଜ ଫ୍ୟାନ୍ସଙ୍କ ବ୍ୟବହାରକୁ ଜାଣନ୍ତୁ। ଏହା ତାଙ୍କ ଦାୟିତ୍ବ ଯେ ସେ ନିଜ ଫ୍ୟାନଙ୍କ ଏହି ଗୁଣ୍ଡାଗିରି ବନ୍ଦ କରନ୍ତୁ।

{"id":280687,"width":587,"height":412,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.