ମହାରାଷ୍ଟ୍ର ପୋଲିସ ‘ରଙ୍ଗେ ହାତ’ ଧରିଲା ପ୍ରିୟଙ୍କାଙ୍କୁ, ଜାଣନ୍ତୁ କାହିଁକି

Published By : Prameya-News7 Bureau | September 12, 2019 IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅକ୍ତାରଙ୍କୁ ସେମାନଙ୍କ ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ର ଏକ ଦୃଶ୍ୟ ଲାଗି ମହାରାଷ୍ଟ୍ର ପୋଲିସ ଚେତାବନୀ ଦେଇଛି। ଫିଲ୍ମର ଟ୍ରେଲର ଗତ ସୋମବାର ମୁକ୍ତିଲାଭ କରିଥିଲା। ଏଥିରେ ଏକ  ଦୃଶ୍ୟରେ ଫରହାନଙ୍କ ସହ ପ୍ରିୟଙ୍କା କଥାବାର୍ତ୍ତା ହେଉଥିବା ଦେଖାଯାଇଛି। ଯାହା ଏବେ ମହାରାଷ୍ଟ୍ର ପୋଲିସ ନଜରରେ ପଡିଯାଇଛି।

wp:html /wp:html

ପ୍ରିୟଙ୍କା ଫିଲ୍ମରେ ‘ତାଙ୍କ ଝିଅ ଆୟେଶା ଜେମିତି ସୁସ୍ଥ ହୋଇଯିବ ସେମାନେ ବ୍ୟାଙ୍କ ଲୁଟିନେବେ’ ବୋଲି କଥା ହେଉଛନ୍ତି। ଏହି ଦୃଶ୍ୟଟି ମହାରାଷ୍ଟ୍ର ପୋଲିସର ନଜରରେ ପଡିବା ପରେ ଏକ ଟ୍ୱିଟ୍ କରିଛି। ଯାହାକୁ ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅକ୍ତାରଙ୍କୁ ସେୟାର କରାଯାଇଛି। ଏଥିରେ ପୋଲିସ  ‘ଆଇପିସି ସେକ୍ସନ ୩୯୩ ଅନୁସାରେ ଜରିମାନା ସହ ୭ ବର୍ଷ ଜେଲଦଣ୍ଡ ‘ ବୋଲି ସତର୍କ କରାଇଦେଇଛି। ପୋଲିସ ଟ୍ୱିଟ୍ ର ପ୍ରିୟଙ୍କା ରିଟ୍ୱିଟ୍ କରିଛନ୍ତି । ଲେଖିଛନ୍ତି ‘ଉଫ ଧରାପଡିଗଲେ, ଲାଗୁଛି ପ୍ଲାନ ‘ବି’ ଅନୁସାରେ ଏବେ ଆମକୁ କାମ କରିବାକୁ ହେବ ’। ଫରହାନ ମଧ୍ୟ ଟ୍ୱିଟ୍ ରେ ତାଙ୍କର ମତାମତ ରଖିଛନ୍ତି। ଉଲ୍ଲେଖ କରିଛନ୍ତି ‘ପୁଣି କେବେ କ୍ୟାମେରା ଆଗରେ ଲୁଟର ପ୍ଲାନ କରିବ ନାହିଁ’।

wp:html /wp:html

ଟ୍ରେଲର ମୁକ୍ତିଲାଭ କରିବା ପରଠାରୁ ୟୁଟ୍ୟୁବରେ ୬୯ଲକ୍ଷ ୯୪ ହଜାର ୬୦୮ରୁ ଅଧିକ ଥର ଦେଖାଯାଇସାରିଲାଣି। ଦ ସ୍କାଇ ଇଜ୍ ଲିମିଟ୍ ଏକ ଏଭଳି ଦମ୍ପତ୍ତିଙ୍କ ପ୍ରେମ କାହାଣୀ, ଯେଉଁମାନଙ୍କର ଶିଶୁଟି ରୋଗଗ୍ରସ୍ତ । ଫିଲ୍ମରେ ପ୍ରିୟାଙ୍କ ଓ ଫରହାନଙ୍କ ବ୍ୟତୀତ ଜାୟରା ୱସୀମ ବି ଦେଖାଯିବେ। ଜାୟରା ଫିଲ୍ମରେ ପ୍ରିୟଙ୍କା ଓ ଫରହାନଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.