ପ୍ରେମରେ ଧୋକା : ନିକ୍ ପ୍ରିୟଙ୍କା ହେବେ ଅଲଗା

Published By : Prameya-News7 Bureau | March 31, 2019 IST

ମୁମ୍ବାଇ ୩୧/୩: ଦେଶୀଗାର୍ଲ ନାଁରେ ପ୍ରସିଦ୍ଧା ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ ମ୍ୟୁଜିସିଆନ୍ ନିକ୍ ଜୋନାସଙ୍କ ବିବାହକୁ ଏବେ ୪ମାସ ନ ପୁରୁଣୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ଖବର ଚର୍ଚ୍ଚାରେ ରହିଛି। ସୂଚନା ମିଳିଛି ଯେ ଏବେ ନିକ୍ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ କିଛି ଭଲ ଚାଲିନାହିଁ। ଉଭୟଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହେଉଛି। ପ୍ରିୟଙ୍କାଙ୍କ ବ୍ୟବହାରରେ ନିକ୍ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଛନ୍ତି। ସୂଚନା ମିଳିଛି ଏହି କାରଣରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଖୁବ୍ ଶୀଘ୍ର ଛାଡ଼ପତ୍ର ଦେବେ।

{"id":98740,"width":592,"height":329}


ପ୍ରକୃତରେ ସେମାନେ ତରବରିଆ ଭାବେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ପରସ୍ପରକୁ ଠିକ୍ ଭାବେ ବୁଝି ପାରୁନାହାନ୍ତି ସେଥିପାଇଁ ସାମାନ୍ୟ କଥାରେ ଝଗଡ଼ା କରୁଛନ୍ତି।

{"id":98742,"width":588,"height":330}

ବିବାହ ପୂର୍ବରୁ ନିକ୍ ତାଙ୍କୁ ଶାନ୍ତ ସ୍ବଭାବର ଝିଅ ବୋଲି ଭାବୁଥିଲେ। ପ୍ରଥମେ ପ୍ରିୟଙ୍କାଙ୍କ ପରିବାର ଲୋକେ ଭାବିଥିଲେ ଯେ ପ୍ରିୟଙ୍କା ଜଣେ ମ୍ୟାଚୋର ଝିଅ ହୋଇଥିବେ ଏବଂ ଖୁବ୍ ଶୀଘ୍ର ପରିବାର ଲୋକଙ୍କ ସହ ମିଶିଯିବେ କିନ୍ତୁ ପ୍ରିୟଙ୍କା ୧୮ବର୍ଷର ଝିଅଙ୍କ ପରି ବ୍ୟବହାର କରୁଛନ୍ତି। ଟିକେ ଟିକେ କଥାରେ ଜିଦ୍ କରୁଛନ୍ତି କେବଳ ନିଜ ମନ ଇଚ୍ଛାରେ ସବୁ କିଛି କରୁଛନ୍ତି। କାହା କଥା ଶୁଣୁନାହାନ୍ତି।

{"id":98743,"width":592,"height":331}


ଅପରପକ୍ଷରେ ପ୍ରିୟଙ୍କାଙ୍କ ନିକଟ ସମ୍ପର୍କୀୟ ଏହି ଖବରକୁ ଅସ୍ବୀକାର କରିଛନ୍ତି ଏବଂ କହିଛନ୍ତି ସେ ଏହା ସତ୍ୟ ନୁହେଁ। ନିକ୍ ଏବଂ ପ୍ରିୟଙ୍କା ବହୁତ ଖୁସିରେ ରହୁଛନ୍ତି ,ସେମାନଙ୍କ ପ୍ରେମ ଅତୁଟ ରହିଛି ଏବଂ ନିକଙ୍କ ପରିବାର ଲୋକେ ମଧ୍ୟ ପ୍ରିୟଙ୍କାଙ୍କୁ ନେଇ ଖୁସିରେ ଅଛନ୍ତି। ପ୍ରିୟଙ୍କା ବର୍ତ୍ତମାନ ମିଆମିରେ ନିଜ ଶାଶୁ ଘର ଲୋକଙ୍କ ସହ ଛୁଟିର ମଜା ନେଉଛନ୍ତି।

{"id":98746,"width":590,"height":325}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.