ହୋଲି ପାର୍ଟିରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନ୍ସ ପିଇଲେ ଭାଙ୍ଗ, ତାପରେ ଯାହା ହେଲା… ଭିଡିଓ ଭାଇରାଲ୍

Published By : Prameya-News7 Bureau | March 10, 2020 IST

ମୁମ୍ବାଇ ୧୦।୩: ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନ୍ସ ନିକଟରେ ମୁମ୍ବାଇରେ ହୋଲି ପାଳନ କରିଛନ୍ତି । ଉଭୟଙ୍କ ରଙ୍ଗରେ ଭିଜି ଥିବା ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ହୋଲି ପାଳନ କରିବା ପରେ ପ୍ରିୟଙ୍କା ଏବଂ ନିକ୍ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାରବର୍ଗଙ୍କ ସହ ଛୁଟି କଟାଇବା ପାଇଁ ଯାଇଛନ୍ତି | ହୋଲି ପାର୍ଟିରେ ପ୍ରିୟଙ୍କା ଏବଂ ନିକ୍ ମନଭରି ଉପଭୋଗ କରିଥିଲେ।

ସୋସିଆଲ ମିଡିଆ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ପ୍ରିୟଙ୍କା ମଜା କରୁଥିବାବେଳେ ତାଙ୍କ ଗର୍ଲ ଗ୍ୟାଙ୍ଗ ମଧ୍ୟ ତାଙ୍କ ସହ ଏକାଠି ନଜର ଆସିଛନ୍ତି । ସମସ୍ତେ ସଙ୍ଗୀତକୁ ବେଶ୍ ଉପଭୋଗ କରୁଛନ୍ତି | ନିକ୍ ଙ୍କୁ ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି  |

wp:html
/wp:html

ମୁମ୍ବାଇରେ ହୋଲି ପାଳନ କରିବା ପରେ ପ୍ରିୟଙ୍କା ଏବଂ ନିକ୍ ଗତକାଲି ରାତିରେ ଆମେରିକା ଫେରିଛନ୍ତି । ଉଭୟ ପରସ୍ପରର ହାତ ଧରା ଧରି ହୋଇ ବିମାନବନ୍ଦରରେ ବୁଲୁଥିବାର ନଜର ଆସିଛନ୍ତି । ବଡ ପରଦାରେ ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷ ଥର ସୋନାଲି ବୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦି ସ୍କାଏ ପିଙ୍କ୍' ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଫରହାନ ଅଖତର ଏବଂ ଜାୟରା ୱାସିମ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା | ବର୍ତ୍ତମାନ ପ୍ରିୟଙ୍କାଙ୍କୁ ରାଜକୁମାର ରାଓଙ୍କ ସହ ଏକ ଡିଜିଟାଲ୍ ୱେବ୍ ସିରିଜରେ ଦେକିବାକୁ ମିଳିବ |

wp:html
/wp:html

ନିକଟରେ ଜୋନ୍ସ ବ୍ରଦର୍ସଙ୍କ ସହ ନିକ୍ ତାଙ୍କର ‘ହାପିନେସ୍ ବିଗିନ୍ସ’ ଟୁର୍ ଶେଷ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଶୈଳୀରେ ନିକ୍ ଜୋନାସଙ୍କୁ ବିବାହ କରିଥିଲେ । ନିକ୍ ଜୋନ୍ସ ଜଣେ ଆମେରିକୀୟ ଗାୟକ ତଥା ହଲିଉଡ୍ ଅଭିନେତା । ସେ ପ୍ରିୟଙ୍କାଙ୍କଠାରୁ ୧୦ ବର୍ଷ ସାନ | ପ୍ରିୟଙ୍କା ଚୋପ୍ରା ମଧ୍ୟ ଅନେକ ହଲିଉଡ୍ ପ୍ରୋଜେକ୍ଟରେ କାମ କରିଛନ୍ତି। ପ୍ରିୟଙ୍କା ଯୋଧପୁରର ଉମେଦ ଭବନ ପ୍ୟାଲେସରେ ନିକ୍ ଙ୍କୁ ବିବାହ କରିଥିଲେ । ଏହି ଅବସରରେ ଅନେକ ବଲିଉଡ୍ ଅଭିନେତା ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.