Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ବିଦେଶରେ ଥାଇ ମଧ୍ୟ ଭୁଲି ନାହାନ୍ତି ସଂସ୍କୃତି, ସ୍ବାମୀ ନିକ୍‌ଙ୍କ ସହ ଲକ୍ଷ୍ମୀ ପୂଜା କଲେ ପ୍ରିୟଙ୍କା…

5/11/2021 at 1:45 PM

ନୂଆଦିଲ୍ଲୀ ୦୫।୧୧ : ବଲିଉଡର ଲୋକପ୍ରିୟ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ଅନ୍ୟତମ । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ଥିବା ପ୍ରିୟଙ୍କା ଚୋପ୍ରା କିଛି ନା କିଛି ସେୟାର କରୁଥାନ୍ତି । ଅନେକ ସମୟରୁ ସେ ନିକଙ୍କ ସହ ଫଟୋ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ଉଭୟ ମଧ୍ୟ ପରସ୍ପରର ପରମ୍ପରାକୁ ହୃଦୟର ସହ ଅନୁସରଣ କରନ୍ତି । ବର୍ତ୍ତମାନ ପ୍ରିୟଙ୍କା ନିକଙ୍କ ସହ ଦୀପାବଳର ଫଟୋ ସେୟାର କରିଛନ୍ତି।

ହଁ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହିପାରନ୍ତି, କିନ୍ତୁ ସେ ହୃଦୟର ସହ ଦେଶର ସଂସ୍କୃତିକୁ ଭୁଲି ନାହାନ୍ତି । ସେ ସେଠାରେ ଥିବା ସମସ୍ତ ଭାରତୀୟ ପର୍ବକୁ ମଧ୍ୟ ପାଳନ କରନ୍ତି । ବର୍ତ୍ତମାନ ପ୍ରିୟଙ୍କା ଦୀପାବଳି ଅବସରରେ ନିକଙ୍କ ସହ ଲକ୍ଷ୍ମୀ ପୂଜା କରିଥିଲେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ସମୟର ଫଟୋ ସେୟାର କରିଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିକଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ପାରମ୍ପରିକ ଆଉଟଫିଟ୍‌ରେ ନଜର ଆସୁଛନ୍ତି। ପ୍ରିୟଙ୍କା ଏକ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ନିକ ଧଳା ରଙ୍ଗର କୁର୍ତା ପାଇଜାମା ପିନ୍ଧିଛନ୍ତି। ଏବଂ ହାତରେ ପୂଜା ଥାଳି ଧରି ଦୁହେଁ ଲକ୍ଷ୍ମୀଙ୍କ ପୂଜା କରୁଥିବା ନଜର ଆସୁଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି।

   Related Posts