ବିହାରରେ ଟିକା ନେଇଛନ୍ତି ମୋଦି, ଶାହ, ସୋନିଆ, ପ୍ରିୟଙ୍କା ଓ ଅକ୍ଷୟ କୁମାର! ହେଲଥ ସେଣ୍ଟରରେ ଟିକା ତାଲିକାରେ ରହିଛି ନା

Published By : Prameya-News7 Bureau | December 07, 2021 IST

ବିହାର ୦୭/୧୨: ସାରା ଦେଶରେ କରୋନାକୁ ମାତ ଦେବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ଦେଶରେ ନୂଆ ମ୍ୟୁଟାଣ୍ଟକୁ ନେଇ ଚହଳ ପଡିଛି । ହେଲେ ସେପଟେ ବିହାରରେ ଭାକିନେସନ ନାଁରେ ନଜର ଆସିଛି ମଜାଦାର ଘଟଣା । ଅରଓ୍ୱଲ୍ ଜିଲ୍ଲାରେ କରୋନା ଯାଞ୍ଚ ନାଁରେ ବ୍ୟାପକ ଅବହେଳା ହୋଇଥିବା ଦେଖାଦେଇଛି । ଜିଲ୍ଲାରେ ଥିବା କର୍ପୀ ସମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପୋର୍ଟାଲରେ ଅପଲୋଡ ହୋଇଥିବା ଲିଷ୍ଟରେ ଏମିତି କିଛି ନାଁ ରହିଛି ଯେ ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ପୋର୍ଟାଲରେ ଆରଟିପିସିଆର ଟେଷ୍ଟ ଏବଂ ଭାକସିନ ନେଇଥିବା ଲୋକଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ସୋନଆ ଗାନ୍ଧି । କେବଳ ଏମାନେ ନୁହଁନ୍ତି ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ଦୁଇଜଣ କମ୍ପ୍ୟୁଟର ଅପରେଟରଙ୍କୁ ନିଲମ୍ବନ କରାଯାଇଛି ।

କର୍ପି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଛି । ଅରୱଲ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଜେ ପ୍ରିୟଦର୍ଶିନୀ କହିଛନ୍ତି, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ୱାରା ଏହି ତଥ୍ୟ ଜାଲିଆତି ହୋଇଛି, ତାହା ଜଣାପଡ଼ିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ । ଘଟଣାକୁ ନେଇ ମାମଲା ବି ରୁଜୁ ହେବ । ତେବେ ଆମେ ଟେଷ୍ଟିଙ୍ଗ୍‌ ଏବଂ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିଛୁ ।

କେବଳ କର୍ପି ନୁହେଁ, ଅନ୍ୟ ବ୍ଲକ୍‌ଗୁଡ଼ିକୁ ବି ଫୋକସ୍‌ କରାଯାଇଛି । ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ନିରୀକ୍ଷଣ କରାଯିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । ଘଟଣା ବାବଦରେ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଜିଲ୍ଲାପାଳ ପ୍ରିୟଦର୍ଶିନୀଙ୍କ ସହିତ କଥା ହେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.