ରିୟାଲିଟି 'ଶୋ' କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ପ୍ରିୟଙ୍କା ଚୋପ୍ରା : ସେଲିବ୍ରିଟି ଦେଲେ କମେଣ୍ଟ

Published By : Prameya-News7 Bureau | September 13, 2021 IST

ମୁମ୍ବାଇ ୧୩/୦୯ : ପ୍ରିୟଙ୍କା ଚୋପ୍ରା ଏବେ କେବଳ ବଲିଉଡ୍‌ରେ ହିଁ ନୁହେଁ ହଲିଉଡ୍‌ରେ ମଧ୍ୟ ନିଜ ସ୍ଥାନ ସୃଷ୍ଟି କରି ସାରିଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଏବେ ଗ୍ଲୋବାଲ ଷ୍ଟାର ହୋଇଯାଇଛନ୍ତି। ଏନେଇ ତାଙ୍କ ପାଖରେ ଏବେ କୌଣସି କାମର ଅଭାବ ନାହିଁ। ତାଙ୍କ ପାଖରେ ଅନେକ ଇଣ୍ଟରନ୍ଯାସନାଲ ପ୍ରୋଜେକ୍ଟ ରହିଛି, ଯାହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବର୍ତ୍ତମାନ ପ୍ରିୟଙ୍କାଙ୍କର ଏକ ନୂଆ ଶୋ ସାମ୍ନାକୁ ଆସିଛି। ଯାହାକି ଏକ ରିୟାଲିଟି ଶୋ , ଯେଉଁଥିରେ ବିଭିନ୍ନ ପ୍ରକାର ସମାଜସେବା ରହିବ। ଏହି ଶୋ’ରେ ପ୍ରିୟଙ୍କାଙ୍କ ସହିତ ସିଙ୍ଗର ଅଶର ଓ ଡାନ୍ସର୍ ଜୁଲିଆନେ ହଗ୍ ଜଜ୍‌ ଭୂମିକାରେ ନଜର ଆସିବେ।

ତେବେ ଏହି ଶୋରେ ୬ ପ୍ରକାରର ସମାଜ ସେବା ରହିବା ସହିତ ଯେଉଁମାନେ ଏହି ହାଇ ପ୍ରୋଫାଇଲ ପବ୍ଲିକ୍ ଫିଗରଙ୍କ ସହିତ କାମ କରିବେ ନିଶ୍ଚିତ କିଛି ନୂଆ କରିବାର ଯୋଜନା ନେଇ ଆସିବେ । ଏହା ସହ ଏଥିରେ ସ୍ବାସ୍ଥ୍ୟ ଶିକ୍ଷା ମଧ୍ୟ ସାମିଲ ହେବ । କିନ୍ତୁ ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଶୋ ପ୍ରତି ନେଗେଟିଭ୍‌ ଭାବନା ରଖିଛନ୍ତି ।

{"id":510702,"width":672,"height":377,"sizeSlug":"full","linkDestination":"none"}

ଅନ୍ୟପଟେ ଏହି ଶୋ ସାମ୍ନାକୁ ଆସିବା ପରେ ସୋସିଅଲ ମିଡିଆରେ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରି ଦେଛନ୍ତି । ଏହା ବ୍ୟତୀତ ଅନେକ ସେଲିବ୍ରିଟି ଏହାର ନିନ୍ଦା ମଧ୍ୟ କରୁଛନ୍ତି । କିଛି ଲୋକ ଏହାର ମଜାକ୍ ଉଡାଇଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ଶୋ’ରେ ସମାଜସେବୀମାନେ ନିଜ ନିଜ କାମକୁ କିମ୍ବା ପ୍ରମୋଟକୁ ନେଇ ଅନ୍ୟ ଜଣଙ୍କ ସହିତ ପ୍ରତିଯୋଗିତା କରିବେ। ସେମାନଙ୍କ ସଫଳତାକୁ ଅନଲାଇନ ଏନଗେଜମେଣ୍ଟ, ସୋସିଆଲ ମେଟ୍ରିକ୍ସ ଆଉ ହୋଷ୍ଟ ଇନପୁଟ ଆଧାରରେ ବିଚାର କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.