Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଦଳରେ ସାମିଲ ହେବାପରେ ପ୍ରିୟଙ୍କାଙ୍କ ପଦୋନ୍ନତି : ହେଲେ ଦଳର ଉପନେତା

27/04/2019 at 4:40 PM

ଦିଲ୍ଲୀ ୨୭/୪ : କଂଗ୍ରେସ ଛାଡି ଶିବସେନାରେ ଯୋଗ ଦେଇଥିବା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଦଳ ଏକ ବଡ ପଦବୀ ଦେଇଛି | ଶିବସେନା ପ୍ରିୟଙ୍କାଙ୍କୁ ଦଳର ଉପନେତା କରିଛି | ଶିବସେନାରେ ଯୋଗଦେବାର ଠିକ ସପ୍ତାହେ ପରେ ଦଳ ତାଙ୍କର ପଦୋନ୍ନତି କରିଛି | ସେ ଏପ୍ରିଲ ୧୯ ତାରିଖରେ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗ ଦେଇଥିଲେ |


ଦଳର ଉପନେତା ଭାବେ ଦାୟିତ୍ୱ ନେବାପରେ ପ୍ରିୟଙ୍କା ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଜଣାଇଥିଲେ | ଏକ ସାଙ୍ଗଠନିକ ଏବଂ ଦାୟିତ୍ୱବାନ ପଦବୀ ଦେଇଥିବା ଯୋଗୁଁ ଠାକରେଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସେ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି କହିଥିଲେ | ନିଜ କ୍ଷମତା ଅନୁଯାୟୀ ସେ ଦଳର ନିଜର କାର୍ଯ୍ୟ ସମ୍ଭାଳିବେ ବୋଲି କହିଛନ୍ତି |


ପ୍ରିୟଙ୍କା ନିଜ ଫେସବୁକ ପେଜରେ ମଧ୍ୟ ଏକ ପୋଷ୍ଟ କରି ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଦଳ ତାଙ୍କ ଉପରେ ଭରସା କରି ତାଙ୍କୁ ଏହି ପଦବୀ ଦେଇଥିବା ଯୋଗୁଁ ସେ ପୁରା ଦମ ଲଗାଇ ଦଳ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି | ଶିବସେନା ପଦାନୁକ୍ରମରେ ଦଳ ଅଧ୍ୟକ୍ଷ ପରେ ନେତା ଏବଂ ଉପନେତାଙ୍କ ପଦବୀ ମହତ୍ଵପୁର୍ଣ | ଦଳରେ ଅଧ୍ୟକ୍ଷ, ୧୨ ଜଣ ନେତା ଏବଂ ୨୪ଜଣ ଉପନେତା ଅଛନ୍ତି |

   Related Posts