କଂଗ୍ରେସରୁ ଇସ୍ତଫା ଦେବାପରେ ଶିବସେନାରେ ସାମିଲ ହେଲେ ପ୍ରିୟଙ୍କା

Published By : Prameya-News7 Bureau | April 19, 2019 IST

ନୂଆଦିଲ୍ଲୀ ୧୯/୪ : କଂଗ୍ରେସ ପ୍ରବକ୍ତା ଥିବା ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସରୁ ଇସ୍ତଫା ଦେବାପରେ ଆଜି ଶିବସେନାରେ ଯୋଗ ଦେଇଛନ୍ତି | ସେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଶିବସେନାରେ ସାମିଲ ହୋଇଛନ୍ତି | ଶିବସେନାରେ ସାମିଲ ହେବାପରେ ସେ ମୁମ୍ବାଇ ପାଇଁ କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି | ସେଥିପାଇଁ ସେ ଶିବସେନାରେ ଯୋଡ଼ା ଦେଇଛନ୍ତି ବୋଲି କହିଛନ୍ତି | ସେ କହିଛନ୍ତି ଯେ, ଶିବସେନାରେ ସାମିଲ ହେବାପରେ ତାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିବ |

{"id":104888}

ତାଙ୍କ ପୁରୁଣା ଟ୍ୱିଟଗୁଡିକୁ ଖୋଳତାଡ କରାଯାଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦିଆଯିବ | କିନ୍ତୁ ସେ ସବୁ ଭାବି ଚିନ୍ତା ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି | କଂଗ୍ରେସ ଥିବାବେଳେ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା | ସେଥିପାଇଁ ସେ ସେ ଦଳରୁ ଇସ୍ତଫା ଦେଇଛନ୍ତି | ଏହାପରେ ସେ କଂଗ୍ରେସ ଦଳରେ ରହିଲେ ତାଙ୍କର ଆତ୍ମସମ୍ମାନ ହାନୀ ହେବ ବୋଲି କହିଛନ୍ତି ପ୍ରିୟଙ୍କା |

{"id":104889,"width":582,"height":326}


ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ପ୍ରିୟଙ୍କା ନିଜ ଇସ୍ତଫା ପତ୍ର ରାହୁଲ ଗାନ୍ଧୀଙ୍କୁ ପଠାଇ ଦେଇଥିଲେ | ଶୁକ୍ରବାର ସକାଳୁ ସେ ନିଜ ଟ୍ୱିଟ ପ୍ରୋଫାଇଲରୁ 'କଂଗ୍ରେସ ପ୍ରବକ୍ତା' ହଟାଇ ଦେଇଥିଲେ | ଏହାପୂର୍ବରୁ ସେ ନିଜ ପ୍ରୋଫାଇଲରେ ରାଷ୍ଟ୍ରୀୟ ପ୍ରବକ୍ତା କଂଗ୍ରେସ ଯୋଡ଼ିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.