Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ହଠାତ୍‌ ପ୍ରିୟଙ୍କାଙ୍କ ଡ୍ରେସର ବୋତାମ ଖୋଲିଗଲା, ସ୍ବାମୀ ନିକ୍‌ କରିଥିଲେ ଏମିତି କାମ, ଭିଡିଓ ଭାଇରାଲ

20/05/2019 at 4:30 PM

ମୁମ୍ବାଇ୨୦|୫: ଗତ ବର୍ଷ ଡିସେମ୍ବର ମାସରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଓ ହଲିଉଡ ଅଭିନେତା ନିକ୍‌ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଅଧିକାଂଶ ସମୟ ଏହି ଯୋଡିଙ୍କ ଫଟୋ ଭାଇରାଲ ହେଉଥାଏ। “ମେଟ୍‌ ଗାଲା ୨୦୧୯” ଇଭେଣ୍ଟରେ ନିଜ ହେଆର ଷ୍ଟାଇଲ୍‌ ଯୋଗୁଁ ପ୍ରିୟଙ୍କାଙ୍କର ବହୁତ ଟ୍ରୋଲ କରାଯାଇଥିଲା।
ତେବେ ଏହି ଇଭେଣ୍ଟ ପରେ ୭୨ ତମ “କାଂସ ଫିଲ୍ମ ଫେଷ୍ଟିଭାଲ”ରେ ପ୍ରିୟଙ୍କା ଓ ନିକ୍‌ଙ୍କ ଲୁକ୍‌ ଛାଇଯାଇଛି। ଏହି ଇଣ୍ଟରନ୍ୟାସନାଲ କପଲ୍‌ ପୂରା ଫଙ୍କଶନର ଚମକ ଥିଲେ । ଦର୍ଶକ କେବଳ ଏହି ଦମ୍ପତିକୁ ଦେଖୁଥିଲେ।

ଏହି ଇଭେଣ୍ଟରେ ପ୍ରିୟଙ୍କା ବାଇଗଣି ରଙ୍ଗର ଡ୍ରେସ ପିନ୍ଧିଥିଲେ ଓ ନିକ୍‌ କଳା ରଂଗର ଫର୍ମାଲ ଡ୍ରେସ ପିନ୍ଧିଥିଲେ। ଉଭୟଙ୍କ ପରିଧାନ ଶୈଳୀ ଖୁବ ପ୍ରଶଂସନୀୟ ଥିଲା। ତେବେ ଇଭେଣ୍ଟରେ ଏମିତି ମଧ୍ୟ କିଛି ହୋଇଥିଲା ଯାହା ଲୋକଙ୍କୁ ଆଚମ୍ବିତ କରିଥିଲା।

ପ୍ରିୟଙ୍କା ଓ ନିକ୍‌ଙ୍କ ଫଟୋ ସେସନ ବେଳେ ପ୍ରିୟଙ୍କାଙ୍କ ଡ୍ରେସର ବଟନ ଖୋଲିଯାଇଥିଲା। କିନ୍ତୁ ଏହି ପରିସ୍ଥିତିକୁ ନିକ୍‌ ଖୁବ୍‌ ଭଲ ଭାବେ ସମ୍ଭାଳିଥିଲେ। ସେ ବେଶ ସ୍ମାର୍ଟ ଭାବେ ପ୍ରିୟଙ୍କାଙ୍କ ଡ୍ରେସକୁ ଠିକ୍‌ କରିଦେଇଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ପରସ୍ପରଙ୍କ ପାଇଁ ଥିବା ଭଲ ପାଇବା ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

 

   Related Posts