ଗ୍ରୀଷ୍ମଛୁଟି: ବିକିନି ପିନ୍ଧି ରୋମାନ୍ସ କରୁଛନ୍ତି ପ୍ରିୟଙ୍କା, ଫଟୋ ଭାଇରାଲ

Published By : Prameya-News7 Bureau | March 28, 2019 IST

ମୁମ୍ୱାଇ୨୮|୩: ଗତ ବର୍ଷ ଡିସେମ୍ୱର ମାସରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ଓ ହଲିଉଡ ଅଭିନେତା ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କା ଚୋପଡା ଓ ନିକ୍‌ ଯୋନାସଙ୍କ ବିବାହ ଲୋକେସନରୁ ଆରମ୍ଭ କରି ଅତିଥିଙ୍କ ଲିଷ୍ଟ ଯାଏଁ ସବୁ କିଛି ଚର୍ଚ୍ଚାରେ ଥିଲା। ବିବାହ ପରେ ଉଭୟଙ୍କର ଅନେକ ଫଟୋ ବରାବର ଭାଇରାଲ ହେବାରେ ଲାଗିଛି।

{"id":97842,"width":585,"height":329}

ଦୁହେଁ ଖୁବ୍‌ ଖୁସିରେ ଅଛନ୍ତି। ବିଜି ୱାର୍କ ଟାଇମ୍‌ରୁ କିଛି ସମୟ କାଢି ପ୍ରିୟଙ୍କା ଓ ନିକ୍‌ ଏବେ ବୁଲିବାକୁ ଯାଇଛନ୍ତି। ବେଶ୍‌ ଭଲ ଭାବେ ଉଭୟ ଗ୍ରାଷ୍ମ ଛୁଟି କାଟୁଛନ୍ତି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଦୁହେଁଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଛି। ପ୍ରିୟଙ୍କା ନିଜ ବିବାହିତ ଜୀବନରେ ବହୁତ ଖୁସି ଅଛନ୍ତି। ନିକ୍‌ଙ୍କୁ ନିଜ ଜୀବନ ସାଥୀ ଭାବେ ପାଇ ସେ ବେଶ ଖୁସି।

{"id":97843}

କିଛି ଦିନ ତଳେ ଏକ ସାକ୍ଷାତକାରରେ ନିକ୍‌ କହିଥିଲେ ଯେ, ପ୍ରିୟଙ୍କା ତାଙ୍କର ବହୁତ ଧ୍ୟାନ ରଖନ୍ତି। ସୁଖ ଦୁଃଖରେ ଉଭୟ ପରସ୍ପରଙ୍କ ସହ ଥାନ୍ତି। ବିବାହ ପରେ ତାଙ୍କ ଜୀବନ ଖୁବ ଭଲ ହୋଇଯାଇଛି ବୋଲି କହିଛନ୍ତି ନିକ୍‌।   

{"id":97844}

ଡିସେମ୍ୱର ମାସରେ ବିବାହ ହେଲା ପରେ ଦୁହେଁ ଅଧିକାଂଶ ସମୟ ବାହାରକୁ ଛୁଟି କାଟିବାକୁ ଯାଆନ୍ତି। କ୍ୟାରେବିଆନ ଆଇଲେଣ୍ଡ, ସ୍ୱିଜରଲାଣ୍ଡ ଯିବା ପରେ ଏବେ ପୁଣି ମିୟାମି ଯାଇଛନ୍ତି ଏହି ଦମ୍ପତ୍ତି।  ଇଣ୍ଟରନେଟରେ ଧମାଲ ସୃଷ୍ଟି କରିଥିବା ଫଟୋରେ ପ୍ରିୟଙ୍କା ଓ ନିକ୍‌ ମିୟାମି ବିଚ୍‌ରେ ବୁଲାବୁଲି କରିବା ସମୟରେ ସ୍ପଟ ହୋଇଛନ୍ତି। ମିୟାମି ବିଚ୍‌ର ଫଟୋରେ ପ୍ରିୟଙ୍କା ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

{"id":97845}

ଏହି ଟ୍ରିପରେ କେବଳ ପ୍ରୟଙ୍କା ଓ ନିକ୍‌ ଯାଇନାହାନ୍ତି। ତାଙ୍କ ସହ ଯୋନାସ ବ୍ରଦରର୍ସ ମଧ୍ୟ ଥିଲେ। କିଛି ଦିନ ତଳେ ପ୍ରିୟଙ୍କା ନିକ୍‌ଙ୍କ ପରିବାର ସହ କରିନା କପୁରଙ୍କ “ତରିଫା” ଗୀତରେ ଡାନ୍ସ କରୁଥିଲେ। ଏହି ଭିଡିଓ ପ୍ରିୟଙ୍କା ନିଜେ ସୋସିଆଲ ମିଡିଆରେ ସେୟାର କରିଥିଲେ।  ପ୍ରିୟଙ୍କା ଯୋନାସ ବ୍ରଦର୍ସଙ୍କ ଲାଟେଷ୍ଟ ମ୍ୟୁଜିକ୍ ଭିଡିଓ “ସକର୍ସ”ରେ ଦେଖାଯାଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.