Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଗ ପୁଅ, ତାପରେ ମା’କୁ ମାରି ଆତ୍ମହତ୍ୟା କରିଥାନ୍ତା ଅଭିଯୁକ୍ତ ! ସୁଇସାଇଡ୍ ନୋଟ୍‌ରୁ ଫିଟିଲା ଗୁମର

6/07/2021 at 4:19 PM

ଭୁବନେଶ୍ବର ୬।୭: ଭୁବନେଶ୍ବର ଭୀମଟାଙ୍ଗୀରେ ମହିଳାଙ୍କ ବୀଭତ୍ସ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଡିସିପି କହିଛନ୍ତି ଘଟଣାର ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଯାଜପୁର ଯାଇଛି । ଏହି ଟିମ୍ ପ୍ରିୟଙ୍କା ଏବଂ ଜଗନ୍ନାଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିବ । ଏବେ ଜଗନ୍ନାଥ ବିପଦମୁକ୍ତ ଥିବା ବେଳେ ଆଉ କିଛି ଦିନ ତାର ଚିକିତ୍ସା ଚାଲିବ ବୋଲି ଡିସିପି କହିଛନ୍ତି ।

ପ୍ରିୟଙ୍କା ଓ ଜଗନ୍ନାଥ ପରସ୍ପରକୁ ଜାଣିଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା । ସୋମବାର ଯୋଜନାବଦ୍ଧ ଭାବେ ଜଗନ୍ନାଥ ପ୍ରିୟଙ୍କାଙ୍କ ଘରକୁ ଆସିଥିଲା । ମିଳିଥିବା ଚିଠି ଅନୁସାରେ ପ୍ରଥମେ ପୁଅକୁ ମାରିଥାନ୍ତା ଜଗନ୍ନାଥ । ପୁଅକୁ ମାରିଲା ପରେ ପ୍ରିୟଙ୍କାଙ୍କୁ ମାରି କରିଥାନ୍ତା ଆତ୍ମହତ୍ୟା ।  ତେବେ ପୋଲିସକୁ ମିଳିଥିବା ଚିଠିକୁ ଫରେନସିକ୍ ଲ୍ୟାବ୍ ପଠାଯିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍‌ ଓ୍ବାନ୍‌ ସ୍ଥିତ ନିଜ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ମୃତଦେହ ନିକଟରେ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କ ହତ୍ୟାକାରୀ ଥିଲେ । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଥିଲା ।

ହୋସ୍‌ ଆସିବା ପରେ ସତ ମାନିଥିଲା ଅଭିଯୁକ୍ତ । ମର୍ଡର ପରେ ଭିଡିଓ କଲ୍‌ କରିଥିଲା ହତ୍ୟାକାରୀ । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ଅଫିସରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଭିଡିଓ କଲ୍‌ କରିଥିଲା ଅଭିଯୁକ୍ତ ଜଗନ୍ନାଥ । ଭିଡିଓ କଲ୍‌ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ନିଜ ପତ୍ନୀକୁ ଦେଖି ଘର ମାଲିକଙ୍କୁ ଫୋନ୍‌ କରିଥିଲେ ମୃତ ମହିଳାଙ୍କ ସ୍ବାମୀ ।  ଘରମାଲିକ ତଳକୁ ଆସି ମହିଳାଙ୍କ କବାଟ ଭିତରପଟୁ ଲକ୍‌ ଥିବା ଦେଖିବାକୁ ପାଇଥିଲେ । ଏହାପରେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ମୃତ ମହିଳାଙ୍କ ପାଖରେ ଜଣେ ଯୁବକଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଫୋନ୍‌ କରିଥିଲେ । 

   Related Posts