ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ପରାମର୍ଶ, କେବଳ ବୁଦ୍ଧଙ୍କ ବାଣୀ ଶୁଣେଇଲେ ହେବନି, ପାଳନ କର

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୭।୫: ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ଏଥିରେ ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗରେ କରୋନା ଭଳି ମହାମାରୀର ଆମେ ମୁକାବିଲା କରିବା ସହ ସାରା ବିଶ୍ୱକୁ ବି ସହାୟତା କରୁଥିବା କହିଛନ୍ତି। ତେବେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ୱାଡ୍ରା ପ୍ରଧାନମନ୍ତ୍ରୀଙ୍କୁ କେବଳ ବୁଦ୍ଧଙ୍କ ବାଣୀ ସୁଣେଇଲେ  ହେବନି ପାଳନ କରି ଦେଖାଇବା ମଧ୍ୟ ଦରକାର ବୋଲି କହିବା ଏବେ ରାଜନୀତିକୁ ଖୋରାକ୍ ଯୋଗାଇଛି।

wp:html /wp:html

ଏ ନେଇ ପ୍ରିୟଙ୍କା ୱାଡ୍ରା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ଶ୍ରମିକଙ୍କୁ ଗୁଜୁରାଟରୁ ୟୁପି ଅଣାଗଲା ଓ ଏଥିଲାଗି ସେମାନଙ୍କଠାରୁ ଟଙ୍କା ମଧ୍ୟ ଆଦାୟ କରାଗଲା ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ଆଗରା ଓ ବରେଲୀ ଯିବାକୁ ଥିବା ଲୋକଙ୍କୁ ଲକ୍ଷ୍ନୌ ଓ ଗୋରଖପୁରରେ ନେଇ ଛାଡି ଦିଆଯାଇଥିବା ଜଣାଇଛନ୍ତି ପ୍ରିୟଙ୍କା। ବୁଦ୍ଧଙ୍କ ବାଣୀ କରୁଣାର ବାଣୀ ଏଣୁ ପ୍ରବାସୀ ଶ୍ରମିକଙ୍କ ପ୍ରତି ଆମର ବ୍ୟବହାର ଉତ୍ତମ ରହିବା ଦରକାର ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି।

ବୁଦ୍ଧପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଦେସବାସୀଙ୍କୁ ସମ୍ବୋଧିତ କରି ଭାରତ ଆଜି ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗରେ ଚାଲି ସାରା ବିଶ୍ୱକୁ ସହାୟତା କରୁଥବା କହିଥିଲେ। ଏଥିରେ ଆମକୁ ନିରନ୍ତର ସେବା ଭାବନାରେ ପାରିଚାଳିତ ହେବାକୁ ପଡିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.