ଖୁବ୍ ଶୀଘ୍ର ବିବାହ କରିବେ ଶ୍ରଦ୍ଧା କପୁରଙ୍କ ଭାଇ : ଜାଣନ୍ତୁ କାହାକୁ ଏବଂ କେବେ ଅଛି ବାହାଘର?
8/12/2020 at 2:02 PM

ମୁମ୍ବାଇ ୮/୧୨: ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀଙ୍କ ପୁଅ ଏବଂ ଶ୍ରଦ୍ଧା କପୁରଙ୍କ କଜିନ ପ୍ରିୟାଙ୍କ ଶର୍ମା ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ପ୍ରିୟାଙ୍କ ୨୦୨୧ମସିହାରେ କରୀମ ମୋରାନିଙ୍କ ଝିଅ ଶଜା ମୋରାନିଙ୍କୁ ବିବାହ କରିବେ।

ପ୍ରିୟାଙ୍କ ଏବଂ ଶଜା କିଛି ଦିନ ହେବ ଏକାଠି ଅଛନ୍ତି। ସେମାନେ ସୋସିଆଲ୍ ମିଡିଆରେ ମଧ୍ୟ ଏକାଠି ଫଟୋ ସେୟାର କରନ୍ତି। ଏବେ ଏହି ପ୍ରେମୀ ଯୋଡ଼ି ନିଜ ସମ୍ପର୍କକୁ ନୂଆ ନାଁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ମିଳିଛି ଯେ ପ୍ରେମୀ ଯୁଗଳ କୋର୍ଟ ମ୍ୟାରେଜ ପାଇଁ ଖୁବ୍ ଶୀଘ୍ର ଆବେଦନ କରିବେ। କାରଣ ବିବାହକୁ ଲିଗାଲି ରେଜିଷ୍ଟାର କରାଇବା ପାଇଁ ମାସକର ନୋଟିସ୍ ଜରୁରୀ। ସେମାନଙ୍କ ବିବାହ ୨୦୨୧ମସିହା ଫେବୃୟାରୀରେ ହେବ।

ପ୍ରିୟାଙ୍କ ଶର୍ମା ୨୦୧୯ମସିହାରେ ଫିଲ୍ମ ସବ କୁଶଲ ମଙ୍ଗଲରେ ନଜର ଆସିଥିଲେ। ଏହା ତାଙ୍କ ଡେବ୍ୟୁ ଫିଲ୍ମ ଥିଲା। ଏହି ଫିଲ୍ମରୁ ଭୋଜପୁରୀ ଅଭିନେତା ରବି କିଶାନଙ୍କ ଝିଅ ରିଓ୍ବା ମଧ୍ୟ ବଲିଉଡରେ ଡେବ୍ୟୁ କରିଥିଲେ।

ପ୍ରିୟାଙ୍କ ଶର୍ମା, ପଦ୍ମିନୀ କୋହ୍ଲାପୁରୀ ଏବଂ ପ୍ରଦୀପ ଶର୍ମାଙ୍କ ପୁଅ। ସେ ଶ୍ରଦ୍ଧା କପୁରଙ୍କ କଜିନ୍ ଭାଇ। ସୋସିଆଲ୍ ମିଡିଆରେ ଶ୍ରଦ୍ଧାଙ୍କ ସହ ପ୍ରିୟାଙ୍କ ଅନେକ ଫଟୋ ସେୟାର କରିଛନ୍ତି।
