ପ୍ରିୟଙ୍କାଙ୍କ ପରିବାରକୁ ନିକ୍ ନୁହେଁ ଟିଭିର ‘ମହାଦେବ’ ଥିଲେ ପସନ୍ଦ, କରିବାକୁ ଚାହୁଁଥିଲେ ତାଙ୍କ ଜ୍ୱାଇଁ

Published By : Prameya-News7 Bureau | May 16, 2021 IST

ନୂଆଦିଲ୍ଲୀ ୧୬/୦୫: ବଲିଉଡ ପରେ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି ଏବଂ ବହୁତ ଖୁସି ମଧ୍ୟ ଅଛନ୍ତି। ପ୍ରିୟଙ୍କା ୨୦୧୮ ମସିହାରେ ନିକ ଜୋନାସଙ୍କୁ ବିବାହ କରିଥିଲେ, କିନ୍ତୁ ଏକ ସମୟରେ ଅଭିନେତ୍ରୀଙ୍କ ପରିବାରର ଲୋକେ ଅନ୍ୟ ଜଣେ ଅଭିନେତାଙ୍କୁ ବିବାହ କରାଇବାକୁ ଚାହୁଁଥିଲେ। ପ୍ରିୟଙ୍କା ନିଜେ ଏକ ଇଣ୍ଟରଭ୍ୟୁରେ ଏହା ପ୍ରକାଶ କରିଛନ୍ତି ।

PunjabKesari

ପ୍ରିୟଙ୍କା କହିଛନ୍ତି, ‘ତାଙ୍କ ପରିବାର ଲୋକେ ତାଙ୍କୁ ଟିଭିର ମହାଦେବ ଅର୍ଥାତ୍ ଅଭିନେତା ମୋହିତ ରାଇନାଙ୍କୁ ବିବାହ କରାଇବାକୁ ଚାହୁଁଥିଲେ। ସେ କହିଛନ୍ତି, ଦେବୋଁକେ ଦେବ ମହାଦେବକୁ ଦେଖି ପରିବାର ଲୋକେ ମୋହିତଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। ସେଥିପାଇଁ ସେ ମୋହିତଙ୍କ ସହ ବିବାହ କରେଇବାକୁ ଚାହୁଁଥିଲେ। ତାଙ୍କୁ ଲାଗୁଥିଲା ଯେ ମୋହିତ ମୋ ପାଇଁ ଉପଯୁକ୍ତ। ଦୁଇ ଜଣଙ୍କ ଯୋଡି ମଧ୍ୟ ଭଲ ଦେଖାଯିବ। '

{"width":717,"height":538}
PunjabKesari

ସୂଚନା ଅନୁଯାୟୀ, ପ୍ରିୟଙ୍କା ଚୋପ୍ରାଙ୍କ ମାଉସୀ ଚାହୁଁଥିଲେ ଯେ ଅଭିନେତ୍ରୀ ମୋହିତ ରାଇନାଙ୍କୁ ବିବାହ କରନ୍ତୁ, ଯିଏ ଦେବୋଁକେ ଦେବ ମହାଦେବରେ ଭଗବାନ ଶିବ ଭୂମିକାରେ ଅଭିନୟ କରନ୍ତି। ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ ମୋହିତ ଜଣେ ଭଲ ବ୍ୟକ୍ତି ଏବଂ ଜଣେ ମହାନ ଅଭିନେତା ବୋଲି ପରିବାର ଅନୁଭବ କରିଥିଲେ।

{"width":723,"height":406}
PunjabKesari

ଯେତେବେଳେ ମୋହିତ ରାଇନା ଏହା ବିଷୟରେ ଜାଣିବାକୁ ପାଇଥିଲେ, ଅଭିନେତା ବହୁତ ଖୁସି ହୋଇଯାଇଥିଲେ । ସେ କହିଥିଲେ ଯେ ପ୍ରିୟଙ୍କା ଜଣେ ସୁପରଷ୍ଟାର ଏବଂ ସେ ଜଣେ ଆକ୍ଟର । ଏହି ଜନ୍ମରେ ନୁହେଁ ଆର ଜନ୍ମରେ ତାଙ୍କର ରାଜକୁମାର ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.